Latest Odisha News

BREAKING NEWS

କୋଭିଡ-୧୯; ଜାଣନ୍ତୁ କେଉଁ ରାଜ୍ୟରେ ବଳଦ ଓ ମଇଁଷି ପିନ୍ଧୁଛନ୍ତି ମାସ୍କ ?

ମଧ୍ୟପ୍ରଦେଶ: ଦିନକୁ ଦିନ ବଢିବାରେ ଲାଗିଛି କରୋନା ପ୍ରକୋପ । ଦେଶରେ ଜାରି ହୋଇଛି ୨୧ଦିନିଆ ଲକ୍‌-ଡାଉନ୍ । କରୋନାଠୁ ରକ୍ଷା ପାଇବା ପାଇଁ ଲୋକେ ମାସ୍କ ଓ ସାନିଟାଇଜର୍ ବ୍ୟବହାର କରିବା ସହ ଏକାନ୍ତବାସରେ ବି ରହୁଛନ୍ତି ।

ମଧ୍ୟପ୍ରଦେଶର ସିହୋର୍ ଜିଲ୍ଲାର ଚନ୍ଦେରୀ ଗାଁରେ କିଛି ନୂଆ ଦେଖିବାକୁ ମିଳିଛି । କରୋନା ଯେପରି ଗାଇଗୋରୁ କିମ୍ବା ମଇଁଷିଙ୍କୁ ସଂକ୍ରମିତ ନ ହେଉ, ସେଥିପାଇଁ ଗାଁ ଲୋକେ ତାଙ୍କୁ ବି ମାସ୍କ ପିନ୍ଧାଇଛନ୍ତି ।

ଏବେ ଗହମ ଅମଳର ସମୟ ହୋଇଥିବାରୁ ଶଗଡର ବ୍ୟବହାର ହେଉଛି । ଏହି ସମୟରେ ବଳଦ କିମ୍ବା ମଇଁଷି ବାରମ୍ବାର କ୍ଷେତକୁ ଯିବାଆସିବା କରିଥାନ୍ତି ।

ଚାଷୀଙ୍କ କହିବା ଅନୁଯାୟୀ ଗାଇଗୋରୁ ତଳେ ପଡିଥିବା ଏଣୁତେଣୁ ଜିନିଷକୁ ଶୁଙ୍ଘିଥାନ୍ତି । ରୋଗ ଯେପରି ତାଙ୍କ ଦ୍ୱାରା ଘରକୁ ନ ଆସେ, ସେଥିପାଇଁ କ୍ଷେତକୁ ଯିବାଆସିବା ସମୟରେ ଆମେ ତାଙ୍କ ମୁହଁରେ ମାସ୍କ ବାନ୍ଧିଥାଉ ।

ଏହି ଗୋଇଗୋରୁଙ୍କ ପାଇଁ ସ୍ୱତନ୍ତ୍ର ଭାବେ ମାସ୍କ ତିଆରି ହୋଇଥିବାବେଳେ ପଶୁଙ୍କୁ କରୋନା ଭାଇରସ୍ ଆକ୍ରାନ୍ତ କରିବା ନେଇ କୌଣସି ବଳିଷ୍ଠ ପ୍ରମାଣ ମିଳିନି । ତେବେ ବେଳ ଥାଉଥାଉ ସଜାଗ ରହିବା କିଛି ମନ୍ଦ ନୁହେଁ ।

Leave A Reply

Your email address will not be published.