ନ୍ୟୁଜିଲ୍ୟାଣ୍ଡ: କରୋନାଭାଇରସ୍ ପାଇଁ ସାରା ଦୁନିଆରେ ଲକ୍-ଡାଉନ୍ ଜାରି ହୋଇଛି । ଭିନ୍ନଭିନ୍ନ ଦେଶରେ ନିୟମ ଭଙ୍ଗକାରୀଙ୍କ ପାଇଁ ରହିଛି ଭିନ୍ନ ଶାସ୍ତି । କିନ୍ତୁ ନିକଟରେ ଲକ୍-ଡାଉନ୍ ନିୟମ ଭାଙ୍ଗି ନ୍ୟୁଜିଲାଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିଜ ପଦବୀ ହରେଇବାକୁ ପଡିଛି ।
New Zealand Health Minister David Clark has been demoted after going on a beach trip and breaking the rules of the nationwide coronavirus lockdown. https://t.co/eqY5XWYuAD
— CNN International (@cnni) April 7, 2020
CNN ରିପୋର୍ଟ ଅନୁଯାୟୀ କରୋନାଭାଇରସ୍ ସଂକ୍ରମଣକୁ ରୋକିବା ଲାଗି ନ୍ୟୁଜିଲାଣ୍ଡରେ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ଏମିତି ସ୍ଥିତିରେ କରୋନାକୁ ମୁକାବିଲା କରିବା କିମ୍ବା ଘରେ ରହିବା ବଦଳରେ ପରିବାର ସହ ସ୍ୱାସ୍ଥ୍ୟମନ୍ତ୍ରୀ ଡେଭିଡ୍ କ୍ଲାର୍କ ସମୁଦ୍ର କୂଳରେ ଛୁଟି ମନାଉଥିଲେ ।
ଏହି ଘଟଣା ପ୍ରଘଟିତ ହେବା ପରେ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆଡର୍ଣ୍ଣ କ୍ଷୁବ୍ଧ ହୋଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପଦବୀରେ ଅବନ୍ନତି ଘଟାଇଛନ୍ତି । ପରେ ମନ୍ତ୍ରୀ ଡେଭିଡ୍ କ୍ଲାର୍କ ନିଜକୁ ଇଡିଅଟ୍ କହିବା ସହ ଭୁଲ ସ୍ୱୀକାର କରିଛନ୍ତି । ଜଣେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏଭଳି ଦାୟୀତ୍ୱହୀନ କାର୍ଯ୍ୟକଳାପକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।
Comments are closed.