Latest Odisha News

BREAKING NEWS

ଲକ୍‌-ଡାଉନ୍ ନିର୍ଦ୍ଦେଶ ଭାଙ୍ଗି ଗିରଫ ଆତ୍ମଘୋଷିତ ଗୁରୁମା !

ଦେଓରିଆ(ୟୁପି): ସରକାରଙ୍କ ଲକ୍‌-ଡାଉନ୍ ନିର୍ଦ୍ଦେଶ ଭାଙ୍ଗି ପୋଲିସ ହାତରେ ଗିରଫ ଆତ୍ମଘୋଷିତ ଗୁରୁମା । ଦେଓରିଆ(ୟୁ.ପି)ରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଘଟଣା ବେଶୀ ପୁରୁଣା ନୁହେଁ କି ଏହି ଭିଡିଓ ଫେକ୍ ନୁହେଁ । NDTV ଟିଭି ଚ୍ୟାନେଲର ଖବରଦାତା ଆଲୋକ ପାଣ୍ଡେ ଖୋଦ ନିଜ ଟୁଇଟର୍ ଆକାଉଣ୍ଟରେ ଏହି ଭିଡିଓଟିକୁ ପୋଷ୍ଟ କରିଛନ୍ତି ।

ସାରା ଦେଶରେ ଲକ୍‌-ଡାଉନ୍ ଘୋଷଣା ହୋଇଥିଲାବେଳେ ଦେଓରିଆରେ ଚାଲିଥିଲା ଜଣେ ଆତ୍ମଘୋଷିତ ଗୁରୁମାଙ୍କର ପ୍ରବଚନ ସଭା । ଖବର ପାଇଁ ଘଟଣାସ୍ଥଳରେ ପହଂଚିଥିଲା ଦେଓରିଆ ପୋଲିସ । ସରକାରୀ ନିର୍ଦ୍ଦେଶ ଭାଙ୍ଗିଥିବାରୁ ପୋଲିସ ଦେଇଥିଲା ବାରମ୍ବାର ଚେତାବନୀ ।

ପୋଲିସର କଡା ଚେତାବନୀ ପରେ ବି ଘଟଣାସ୍ଥଳ ଖାଲି କରିବା ବଦଳରେ ମା’ ଆଦି ଶକ୍ତି ନାମକ ଏହି ଗୁରୁମା ପୋଲିସକୁ ଏକ ଖଣ୍ଡା ଦେଖାଇ ଧମକାଇଥିଲେ । ଶେଷରେ ଅନ୍ୟ ଉପାୟ ନ ପାଇ ଗୁରୁମାଙ୍କ ସମର୍ଥଙ୍କଙ୍କ ଉପରେ ଲାଠିଚାର୍ଜ କରିବା ସହ ଗୁରୁମାଙ୍କୁ ପୋଲିସ ଘୋଷାଡିଘୋଷାଡି ଥାନାକୁ ନେଇଯାଇଥିଲା ।

ଦେଶରେ ଏଭଳି ଘଟଣା ପ୍ରଥମଥର ପାଇଁ ସାମ୍ନାକୁ ଆସିଥିଲାବେଳେ ଲୋକଙ୍କୁ ଘରେ ରହିବା ପାଇଁ ବାରମ୍ବାର ପରାମର୍ଶ ଦେଉଛନ୍ତି ଭାରତ ସରକାର ।

Leave A Reply

Your email address will not be published.