Latest Odisha News

BREAKING NEWS

କୋଭିଡ-୧୯; ଗୃହ ମନ୍ତ୍ରାଳୟ ଦେଲା ୧୧୦୯୨ କୋଟି !

ନୂଆଦିଲ୍ଲୀ: ଶୁକ୍ରବାର କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ କରୋନା ମୁକାବିଲା ପାଇଁ ସମସ୍ତ ରାଜ୍ୟ ବାବଦରେ ୧୧ହଜାର ୯୨କୋଟିି ଟଙ୍କା ଅନୁମୋଦନ କରିଛନ୍ତି ।

ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପରିଚାଳନା ପାଣ୍ଠି (SDRMF) ଅଧିନରେ ଅନୁମୋଦିତ ହୋଇଥିବା ଏହି ରାଶି ସାମୁହିକ ସଙ୍ଗରୋଧ ବ୍ୟବସ୍ଥା ଓ କରୋନା ବିରୋଧୀ ଅନ୍ୟ ଉପକ୍ରମରେ ନିୟୋଜିତ ହେବ ।

ବର୍ତମାନ ସୁଦ୍ଧା ଭାରତରେ ୨୫୯୧ ମାମଲା ସାମ୍ନାକୁ ଆସିଛି । ୭୧ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୧୯୦ ଜଣ ରୋଗମୁକ୍ତ ହୋଇଛନ୍ତି ।୨୧ଦିନିଆ ଲକ୍‌-ଡାଉନ୍ ଘୋଷଣାକୁ ସମର୍ଥନ କରିଥିବାରୁ ସମସ୍ତ ଜନତାଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ । ତେବେ ରବିବାର ଦିନ (ଏପ୍ରିଲ୍ ୫) ଘରର ଲାଇଟ୍ ବନ୍ଦ କରି ରାତି ୯ଟାରେ ୯ମିନିଟ୍ ପାଇଁ ଘର ଦୁଆର ଓ ବାଲକୋନୀରେ ଦୀପ ଜାଳିବାକୁ ସେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.