ଚେନ୍ନାଇ: ମଣିଷ ପରେ ଏବେ ପ୍ରାଣୀଙ୍କୁ ବ୍ୟାପୁଛି କରୋନା ଭାଇରସ୍ । ଚେନ୍ନାଇରେ ଗୋଟିଏ ଚିଡ଼ିଆଖାନରେ କରୋନା ସଂକ୍ରମିତ ହୋଇ ଗୋଟିଏ ସିଂହ ମୃତ୍ୟୁବରଣ କରିଥିବା ଖବର ସାମନାକୁ ଆସିଛି । ଚେନ୍ନାଇ ସ୍ଥିତ ଭଣ୍ଡାଲୁରୁ ପ୍ରାଣୀ ଉଦ୍ୟାନର ଏହି ଘଟଣା । ଗତ ବୁଧବାର ଦିନ ଚିଡ଼ିଆଖାନର ଗୋଟିଏ ଏସିଆଟିକ୍ ପ୍ରତାଜିର ସିଂହର କରୋନାରେ ମୃତ୍ୟୁ ହୋଇଛି । ଏହି ସୂଚନା ଦେଇଛନ୍ତି ପ୍ରାଣୀ ଉଦ୍ୟାନ ଅଧିକାରୀ ।
ମଣିଷ ପରେ ପ୍ରାଣୀଙ୍କୁ କରୋନା !
ମୃତ ସିଂହର ନାଁ ନୀଳା । ତାର ବୟସ ୯ବର୍ଷ । କରୋନା ସଂକ୍ରମିତ ହୋଇ ବୁଧବାର ଆଖି ବୁଜିଛି ସିଂହ ନୀଳା । ପ୍ରଥମ ଥର ତାମିଲନାଡୁରେ କୌଣସି ସିଂହ କରୋନାରେ ମୃତ୍ୟୁବରଣ କରିଛି । ସେଠାରେ ଥିବା ୧୧ଟି ସିଂହ ମଧ୍ୟରୁ ୯ ଜଣ ସିଂହ ସଂକ୍ରମିତ ହୋଇଥିବା ଜଣା ପଡ଼ିଛି । ସେମାନଙ୍କୁ ଏବେ କ୍ୱାରେଣ୍ଟାଇନ୍ କରିଛନ୍ତି ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ । ସ୍ୱାବ ନମୁନା ପରୀକ୍ଷା ପାଇଁ ଭୋପାଳ ପଠାଯାଇଥିଲା ।
ସିଂହଙ୍କ ପାଖରେ କରୋନା ଭଳି ଲକ୍ଷଣ
ଗତ ୨୬ ତାରିଖରେ ସିଂହମାନଙ୍କ ପାଖରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା । ସଫାରୀରେ ଥିବା କିଛି ସିଂହ ଦୁର୍ବଳ ଅନୁଭବ କରିବା ସହ ଖାଦ୍ୟ ଖାଇବାକୁ ଇଚ୍ଛା ନହେବା ଓ କାଶ ହେବା ଭଳି ଲକ୍ଷ୍ଣ ଦେଖିଥିଲେ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ । ଏବେ ସମସ୍ତ ସିଂହଙ୍କ ଉପରେ ପ୍ରାଣୀ ଚିକିତ୍ସିକଙ୍କ ଏକ ସ୍ୱତନ୍ତ୍ର ଟିମ୍ ନଜର ରଖିଛି ।
ରାଞ୍ଚିରେ ଜ୍ୱର ହେବାରୁ ବାଘର ମୃତ୍ୟୁ
ସେପଟେ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଥିବା ଚିଡ଼ିଆଖାନାରେ ଗୋଟିଏ ୧୦ ବର୍ଷୀୟ ବାଘ ଶିବା ବି ଜ୍ୱର ଓ ସଂକ୍ରମଣରେ ମୃତ୍ୟୁବରଣ କରିଛି । କରୋନା ସଂକ୍ରମଣ ଆଶଙ୍କା କରି ରାପିଡ୍ ଆଣ୍ଟିଜେନ୍ କରାଯାଇଥିଲା । ରିପୋର୍ଟ ନେଗେଟିଭ୍ ଆସିଥିଲା । ପରେ ଜଞ-ଚଉଜ ଟେଷ୍ଟ ପାଇଁ ନମୁନା ଆଇବିଆରଆଇ ବରେଲୀ ପଠାଯାଇଛି ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.