ଚେନ୍ନାଇ: ମଣିଷ ପରେ ଏବେ ପ୍ରାଣୀଙ୍କୁ ବ୍ୟାପୁଛି କରୋନା ଭାଇରସ୍ । ଚେନ୍ନାଇରେ ଗୋଟିଏ ଚିଡ଼ିଆଖାନରେ କରୋନା ସଂକ୍ରମିତ ହୋଇ ଗୋଟିଏ ସିଂହ ମୃତ୍ୟୁବରଣ କରିଥିବା ଖବର ସାମନାକୁ ଆସିଛି । ଚେନ୍ନାଇ ସ୍ଥିତ ଭଣ୍ଡାଲୁରୁ ପ୍ରାଣୀ ଉଦ୍ୟାନର ଏହି ଘଟଣା । ଗତ ବୁଧବାର ଦିନ ଚିଡ଼ିଆଖାନର ଗୋଟିଏ ଏସିଆଟିକ୍ ପ୍ରତାଜିର ସିଂହର କରୋନାରେ ମୃତ୍ୟୁ ହୋଇଛି । ଏହି ସୂଚନା ଦେଇଛନ୍ତି ପ୍ରାଣୀ ଉଦ୍ୟାନ ଅଧିକାରୀ ।
ମଣିଷ ପରେ ପ୍ରାଣୀଙ୍କୁ କରୋନା !
ମୃତ ସିଂହର ନାଁ ନୀଳା । ତାର ବୟସ ୯ବର୍ଷ । କରୋନା ସଂକ୍ରମିତ ହୋଇ ବୁଧବାର ଆଖି ବୁଜିଛି ସିଂହ ନୀଳା । ପ୍ରଥମ ଥର ତାମିଲନାଡୁରେ କୌଣସି ସିଂହ କରୋନାରେ ମୃତ୍ୟୁବରଣ କରିଛି । ସେଠାରେ ଥିବା ୧୧ଟି ସିଂହ ମଧ୍ୟରୁ ୯ ଜଣ ସିଂହ ସଂକ୍ରମିତ ହୋଇଥିବା ଜଣା ପଡ଼ିଛି । ସେମାନଙ୍କୁ ଏବେ କ୍ୱାରେଣ୍ଟାଇନ୍ କରିଛନ୍ତି ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ । ସ୍ୱାବ ନମୁନା ପରୀକ୍ଷା ପାଇଁ ଭୋପାଳ ପଠାଯାଇଥିଲା ।
ସିଂହଙ୍କ ପାଖରେ କରୋନା ଭଳି ଲକ୍ଷଣ
ଗତ ୨୬ ତାରିଖରେ ସିଂହମାନଙ୍କ ପାଖରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା । ସଫାରୀରେ ଥିବା କିଛି ସିଂହ ଦୁର୍ବଳ ଅନୁଭବ କରିବା ସହ ଖାଦ୍ୟ ଖାଇବାକୁ ଇଚ୍ଛା ନହେବା ଓ କାଶ ହେବା ଭଳି ଲକ୍ଷ୍ଣ ଦେଖିଥିଲେ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ । ଏବେ ସମସ୍ତ ସିଂହଙ୍କ ଉପରେ ପ୍ରାଣୀ ଚିକିତ୍ସିକଙ୍କ ଏକ ସ୍ୱତନ୍ତ୍ର ଟିମ୍ ନଜର ରଖିଛି ।
ରାଞ୍ଚିରେ ଜ୍ୱର ହେବାରୁ ବାଘର ମୃତ୍ୟୁ
ସେପଟେ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଥିବା ଚିଡ଼ିଆଖାନାରେ ଗୋଟିଏ ୧୦ ବର୍ଷୀୟ ବାଘ ଶିବା ବି ଜ୍ୱର ଓ ସଂକ୍ରମଣରେ ମୃତ୍ୟୁବରଣ କରିଛି । କରୋନା ସଂକ୍ରମଣ ଆଶଙ୍କା କରି ରାପିଡ୍ ଆଣ୍ଟିଜେନ୍ କରାଯାଇଥିଲା । ରିପୋର୍ଟ ନେଗେଟିଭ୍ ଆସିଥିଲା । ପରେ ଜଞ-ଚଉଜ ଟେଷ୍ଟ ପାଇଁ ନମୁନା ଆଇବିଆରଆଇ ବରେଲୀ ପଠାଯାଇଛି ।
BREAKING NEWS
- ଦେଢ଼ କିଲୋମିଟର ଦୂରରୁ ଝଲସିବ ଶ୍ରୀମନ୍ଦିର, ଲାଗିବ ଲେଜର ୩ଡି ମ୍ୟାପିଙ୍ଗ ଲାଇଟ୍
- ହେମିଲଟନଙ୍କ ସହ ଯୋଡାଯାଉଛି ଯଶସ୍ୱୀଙ୍କ ନାମ
- India’s Most Advanced Atomic Reactor: ଉନ୍ନତ ପରମାଣୁ ରିଆକ୍ଟରରେ ଦୁନିଆର ଦ୍ୱିତୀୟ ‘ସୁପରପାୱାର’ ଭାରତ, ପୂରଣ ହେଲା ଭାଭାର ସ୍ୱପ୍ନ
- ସିଜିମାଳୀରେ ଉତ୍ତେଜନା: ବିକ୍ଷୋଭକାରୀ ପୁଲିସ ମଧ୍ୟରେ ଧସ୍ତାଧସ୍ତି, ୧୬୩ ଧାରା ଜାରି
- Pakistan Imposes ‘Smart Lockdown’:ପାକିସ୍ତାନରେ ଲାଗିଲା ‘ସ୍ମାର୍ଟ ଲକଡାଉନ୍’, ବଡ଼ ଘୋଷଣା କଲେ ଶାହାବାଜ୍ ସରକାର
- ଯାଜପୁରରେ ଫୁଟିଲା ଗୁଳି, ଚିକିତ୍ସାଧୀନ ଅବସ୍ଥାରେ ଯୁବକ ମୃତ
- Saudi-Bahrain bridge closed: ଟ୍ରମ୍ପଙ୍କ ଧମକ ପରେ ଇସ୍ରାଏଲକୁ ଇରାନର ଚେତାବନୀ, ବନ୍ଦ୍ ହେଲା ସାଉଦି-ବାହରିନ ସେତୁ
- Virat Kohli Seen ‘Dhurandhar 2’ : ‘ଦେଖିନଥିଲି ଏମିତି ସିନେମା…’, ରଣବୀର ସିଂହଙ୍କ ‘ଧୁରନ୍ଧର ୨’ ଦେଖି ପୁରା ଫିଦା ବିରାଟ କୋହଲି
- ଅଡୁଆ କରୁଛନ୍ତି ମନ୍ତ୍ରୀ, ସଜାଡୁଛନ୍ତି ସଚିବ
- Artemis II crew Emotional: ଜହ୍ନରେ କାନ୍ଦିଲା ମଣିଷ! କିଛି ଏମିତି ଦେଖିଲା, ଯାହା କେବେ କିଏ ଦେଖିନଥିଲେ…
Comments are closed.