Latest Odisha News

BREAKING NEWS

୩୦ ତଳକୁ ଖସିଲା ରାଜଧାନୀରେ ପଜିଟିଭ ସଂଖ୍ୟା

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୨୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଟ୍ବିଟ୍ ଅନୁଯାୟୀ ସଙ୍ଗରୋଧରୁ ୧୨ ଓ ସ୍ଥାନୀୟ ଅଂଚଳରୁ ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି କରୋନା ସଂକ୍ରମଣରୁ ୪୫ ଜଣ ସୁସ୍ଥ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ୯୫୪କୁ ବୃଦ୍ଧି ପାଇଛି । ଏମାନଙ୍କ ଭିତରୁ ସୁସ୍ଥ ହୋଇଛନ୍ତି ୩୦ ହଜାର ୩୫୯ ସଂକ୍ରମିତ । ରାଜ୍ୟରେ ୩୪୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୨୨୫ ଜଣଙ୍କର ମୃତ୍ୟୁ ଘଟିଛି।

Leave A Reply

Your email address will not be published.