Latest Odisha News

BREAKING NEWS

ଭାରତ ବନ୍ଦକୁ ନେଇ ସରକାର ଆଲର୍ଟ: ସୁରକ୍ଷା କଡ଼ାକଡ଼ି ପାଇଁ ରାଜ୍ୟ ଗୁଡିକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛି କୃଷକ ସଂଗଠନ । କୃଷକଙ୍କ ଏହି ଭାରତ ବନ୍ଦକୁ ବିଭିନ୍ନ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି । ତେଣୁ ଭାରତ ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟ ଗୁଡ଼ିକୁ ପରାମର୍ଶ ଦେଇଛି କେନ୍ଦ୍ର । ସୁରକ୍ଷା ବ୍ୟବସ୍ଥା କଡାକଡି ସହ ୩ଟି ଦିଗ ଉପରେ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭାରତ ବନ୍ଦରେ କୋଭିଡ୍‌ ନିୟମ କଡାକଡ଼ି ଲାଗୁ ହେବ । ବନ୍ଦ ସମୟରେ ସାମାଜିକ ଦୂରତା ବଜାୟ ରଖିବେ । ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ବ ଦେବେ ସବୁ ରାଜ୍ୟ । ଯେପରି କୌଣସି ଅଘଟଣ ଘଟିବ ନାହିଁ, ସେଥିପାଇଁ ସଜାଗ ରହିବା ଉଚିତ । ଏହା ସହ ଯେକୌଣସି ପରିସ୍ଥିତିରେ ଶାନ୍ତି ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି । ଏଥିପାଇଁ ସତର୍କତାମୂଳକ ପଦକ୍ଷେପ ନେବାକୁ ରାଜ୍ୟମାନଙ୍କୁ କୁହାଯାଇଛି ।

କୃଷକଙ୍କ ଭାରତ ବନ୍ଦ ଡାକରାକୁ କଂଗ୍ରେସ, ଆପ୍‌, ଏନସିପି, ଡିଏମକେ, ଏସପି, ଟିଆରଏସ୍ ଏବଂ ବାମଦଳ ପରି ଅନେକ ରାଜନୈତିକ ଦଳ ସମର୍ଥନ କରୁଛନ୍ତି । ନୂଆ କୃଷି ଆଇନକୁ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି କୃଷକ । ସରକାରଙ୍କ ସହ ୫ ଥର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ ।

Leave A Reply

Your email address will not be published.