ନୂଆଦିଲ୍ଲୀ: ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୫୪ ହଜାର ୬୯ ନୂଆ ଆକ୍ରାନ୍ତ। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଦେଶରେ ସଂକ୍ରମିତଙ୍କ ମୋଟ୍ ସଂଖ୍ୟା ରହିଛି ୩ କୋଟି ୦୦ଲକ୍ଷ ୮୨ ହଜାର ୭୭୮। ଏଥିସହ ୬ ଲକ୍ଷ ୨୭ ହଜାର ୦୫୭କୁ ଖସିଛି କରୋନା ଆକ୍ଟିଭ୍ କେସ୍ ।
ଦିନକରେ ୧ ହଜାର ୩୨୧ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩ ଲକ୍ଷ ୯୧ ହଜାର ୯୮୧ କୁ ବୃଦ୍ଧି ପାଇଛି ।
ତେବେ ୨୪ ଘଣ୍ଟାରେ ୬୮ ହଜାର ୮୮୫ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଆରୋଗ୍ୟ ଲାଭ କରିଛନ୍ତି ମୋଟ୍ ୨ କୋଟି ୯୦ ଲକ୍ଷ ୬୩ ହଜାର ୭୪୦ ଆକ୍ରାନ୍ତ । ସୁସ୍ଥ ହାର ରହିଛି ୯୬.୬୧% ।
Comments are closed.