Latest Odisha News

BREAKING NEWS

କୋହଲିଙ୍କ ସ୍ୱପ୍ନ ଅଧୂରା ରହିଲା, ନ୍ୟୁଜିଲାଣ୍ଡକୁ ଆଇସିସି ଟେଷ୍ଟ ଚାମ୍ପିୟନଶିପ ଟାଇଟଲ

ସାଉଥାମ୍ପଟନ: ବର୍ଷା ବାଧାପ୍ରାପ୍ତ ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ନ୍ୟୁଜିଲାଣ୍ଡ ୮ ଉଇକେଟରେ ଭାରତକୁ ହରାଇ ଚାମ୍ପିୟନ ହୋଇଛି । ୨୧ ବର୍ଷ ପରେ ନ୍ୟୁଜିଲାଣ୍ଡ ଆଇସିସି ଟ୍ରଫି ଜିତିବାରେ ସଫଳ ହୋଇଛି । ଭାରତ ପ୍ରଦତ ୧୩୯ ରନର ବିଜୟ ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ୨ ଉଇକେଟ ହରାଇ ହାସଲ କରି ନେଇଥିଲା । ଅଧିନାୟକ କେନ ୱିଲିୟମସନ ୫୨ ଓ ରସ ଟେଲର ୪୭ ରନର ଇନିଂସ ଖେଳି ଦଳକୁ ସହଜ ବିଜୟ ପ୍ରଦାନ କରିଥିଲେ ।

ଭାରତର ପ୍ରଥମ ଇନିଂସ ସ୍କୋର ୨୧୭ ରନ ଜବାବରେ ନ୍ୟୁଜିଲାଣ୍ଡ ୨୪୯ ରନ କରିଥିଲା । ଦ୍ୱିତୀୟ ଇନିଂସରେ ଭାରତ ୧୭୦ ରନ କରି ଅଲଆଉଟ ହୋଇଥିଲା । ଏଥିସହ ପ୍ରଥମ ଆଇସିସି ଟ୍ରଫି ହାସଲ କରିବା ଲକ୍ଷ୍ୟରେ ଥିବା ବିରାଟ କୋହଲିଙ୍କୁ ଶେଷରେ ନିରାଶ ହେବାକୁ ପଡିଛି । କାୟଲ ଜେମସିନ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Leave A Reply

Your email address will not be published.