Latest Odisha News

BREAKING NEWS

ଦିନକରେ ଦେଶରେ ୨ ଲକ୍ଷ ୧୭ ହଜାରରୁ ଉର୍ଦ୍ଧ୍ବ କରୋନା ସଂକ୍ରମିତ, ୧୧୮୫ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ ଏବେ ଧିରେଧିରେ କରୋନା ଗ୍ରାଫ୍ ବଢୁଥିବା ନଜରକୁ ଆସିଛି। ଗତ ୨୪ ଘଣ୍ଟାରେ ସାରା ଦେଶରେ କରୋନା ସଂକ୍ରମିତ ହୋଇଛନ୍ତି ୨ ଲକ୍ଷ ୧୭ ହଜାର ୩୫୩ ଜଣ ।

ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୪୨ ଲକ୍ଷ ୯୧ ହଜାର ୯୧୭କୁ ବୃଦ୍ଧି ପାଇଛି ।

ସେହିପରି ଦିନକରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଆଉ ୧୧୮୫ କରୋନା ଆକ୍ରାନ୍ତ । ଏଯାଏଁ ମହାମାରୀ ଦେଶରେ ୧ ଲକ୍ଷ ୭୪ ହଜାର ୩୦୮ ଜୀବନ ନେଲାଣି।

ଗତ ୨୪ ଘଣ୍ଟାରେ ଦେଶରେ ସୁସ୍ଥ ହୋଇଛନ୍ତି ୧,୧୮,୩୦୨। ବର୍ତ୍ତମାନ ସୁଦ୍ଧା କରୋନାରୁ ଆରୋଗ୍ୟ ଲାଭ କଲେଣି ୧ କୋଟି ୨୫ ଲକ୍ଷ ୪୭ ହଜାର ୮୬୬ ଆକ୍ରାନ୍ତ । ଆକ୍ଟିଭ୍ କେସ୍ ରହିଛି ୧୫ ଲକ୍ଷ ୬୯ ହଜାର ୭୪୩।

Comments are closed.