Latest Odisha News

ବଢୁଛି ସଂକ୍ରମଣ ମାମଲା, ଦେଶରେ ଆଜି ୮୧ ହଜାର ନୂଆ ଆକ୍ରାନ୍ତ, ୫୦ ହଜାର ସୁସ୍ଥ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ମାମଲା ପୁଣି ବଢ଼ିବାରେ ଲାଗିଛି। ଗତ ୨୪ଘଣ୍ଟାରେ ସାରା ଦେଶରେ ଚିହ୍ନଟ ହୋଇଛନ୍ତି ୮୧ ହଜାର ୪୬୬ ନୂଆ ଆକ୍ରାନ୍ତ । ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨୩ ଲକ୍ଷ ୦୩ ହଜାର ୧୩୧କୁ ବୃଦ୍ଧି ପାଇଛି।

ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ଆଉ ୫୦ ହଜାର ୩୫୬ ସଂକ୍ରମିତ । ଦେଶରେ ମୋଟ୍ ସୁସ୍ଥ ସଂଖ୍ୟା ୧ କୋଟି ୧୫ ଲକ୍ଷ ୨୫ ହଜାର ୦୩୯ରେ ପହଞ୍ଚିଛି । ସୁସ୍ଥହାର ରହିଛି ୯୩.୬୮% । ଏବେ ଦେଶରେ ୬ଲକ୍ଷ ୧୪ ହଜାର ୬୯୬ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

ସେହିପରି ଗତ ୨୪ଘଣ୍ଟାରେ ଦେଶରୁ ମହାମାରୀ ଆଉ ୪୬୯ ସଂକ୍ରମିତଙ୍କ ଜୀବନ ନେଇଛି । ମୋଟ୍ ମୃତ୍ୟୁସଂଖ୍ୟା ୧ ଲକ୍ଷ ୬୩ ହଜାର ୩୯୬କୁ ବୃଦ୍ଧି ପାଇଛି । ଦେଶରେ ମୃତ୍ୟୁହାର ରହିଛି ୧.୩୩%।

 

Leave A Reply

Your email address will not be published.