Latest Odisha News

BREAKING NEWS

ସ୍ୱାମୀ ସାଜିଲା ସୈତାନ: ସ୍ତ୍ରୀ ଓ ଦୁଇ ଝିଅଙ୍କୁ ଫାର୍ସାରେ ହାଣିଦେଲା

କାମାକ୍ଷାନଗର: ପାରିବାରିକ ଝଗଡ଼ରା କରୁଣ ପରିଣତି । ସ୍ୱାମୀ ସାଜିଲା ସୈତନା । ନିର୍ଦ୍ଦୟ ହୋଇଗଲା ବାପାର ମନ । ଘରୋଇ ଝଗଡ଼ାକୁ କେନ୍ଦ୍ର କରି ସ୍ତ୍ରୀକୁ ଫାର୍ସାରେ ହାଣିଦେଲା ନୃଶଂସ ସ୍ୱାମୀ । ଦୁଇ ଝିଅଙ୍କୁ ବି ହାଣି ଦେଲା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅନ୍ତର୍ଗତ ଡିମିରିଆ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ।

ଆକ୍ରମଣରେ ମାଆ ଓ ଦୁଇ ଝିଅ ଗୁରୁତର ହୋଇଛନ୍ତି । ସେମାନେ ହେଲେ ମିନାକ୍ଷୀ ରାଉତ ଏବଂ ଦୁଇ ଝିଅ ଅଞ୍ଜଳି ଓ ମୋନାଲିସା । ମିନାକ୍ଷୀଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଦୁଇ ଝିଅଙ୍କୁ ଢେଙ୍କାନାଳ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।

ଏହି ଘଟଣା ପରେ ଅଭିଯୁକ୍ତ ପ୍ରାଣବନ୍ଧୁ ରାଉତକୁ କାବୁ କରି ପୋଲିସ ଜିମା ଦେଇଛନ୍ତି ଗାଁ ଲୋକ । କୌଣସି କାରଣକୁ କେନ୍ଦ୍ର କରି ପ୍ରାଣବନ୍ଧୁ ଓ ମିନାକ୍ଷୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଫାର୍ସାରେ ସ୍ତ୍ରୀ ଓ ଝିଅଙ୍କୁ ଆକ୍ରମଣ କରିଥିଲା ପ୍ରାଣବନ୍ଧୁ । କାମାକ୍ଷାନଗର ଥାନା ପୋଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.