Latest Odisha News

BREAKING NEWS

୧୦ ବର୍ଷ ତଳେ ଆଜିର ଦିନରେ ଭାରତ ଜିତିଥିଲା ବିଶ୍ୱକପ୍

ମୁମ୍ବାଇ: ଦଶନ୍ଧି ତଳେ ଆଜିର ଦିନରେ ୨ ଏପ୍ରିଲ୍ ୨୦୧୧ରେ ଭାରତ ଦ୍ୱିତୀୟ ଥର ଲାଗି ବିଶ୍ୱକପ୍ ଜିତିଥିଲା । ୧୯୮୩ ପରେ ଦ୍ୱିତୀୟ ଥର ଲାଗି ଭାରତ ହୋଇଥିଲା ବିଶ୍ୱ ବିଜୟୀ । ଭାରତୀୟ ଟିମ୍ ଏହି ପୁରସ୍କାରକୁ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କୁ ସମର୍ପଣ କରିଥିଲା । ଭାରତର ଏହି ବିଜୟକୁ ନେଇ ଉତ୍ସାହିତ ହୋଇପଡ଼ିଥିଲା ପୂରା ଦେଶ ।

On This Day After 28 Years India Won The World Cup

୨୦୧୧ ବିଶ୍ୱକପରେ ଫାଇନାଲ୍ ମୁକାବିଲା ଭାରତ-ଶ୍ରୀଲଙ୍କା ମଧ୍ୟରେ ହୋଇଥିଲା । ୱାଙ୍ଖେଡ୍ ଷ୍ଟାଡିୟମରେ ହୋଇଥିବା ମହାମୁକାବିଲାରେ ଭାରତ ଶ୍ରୀଲଙ୍କାକୁ ହରାଇବା ସହ ଇତିହାସ ରଚିଥିଲା । କାରଣ ଏହା ପୂର୍ବରୁ କୌଣସି ଟିମ୍ ଘରୋଇ ମାଟିରେ ଖେଳି ବିଶ୍ୱକପ୍ ବିଜୟୀ ହୋଇନଥିଲା । ଭାରତ ପ୍ରଥମ ଦଳ ଭାବେ ନିଜ ମାଟିରେ ଖେଳି ହାତେଇଥିଲା ବିଶ୍ୱକପ୍ ।

ଶ୍ରୀଲଙ୍କା ଲାଗି ମାହେଲା ଜୟବର୍ଦ୍ଦନ ୮୮ ବଲରେ ୧୦୩ ରନର ଧୂଆଁଧାର ଶତକ ମାରିଥିଲେ । ତେବେ ଜୟବର୍ଦ୍ଦନଙ୍କ ଏହି ଶତକ ଶ୍ରୀଲଙ୍କାକୁ ଜିତାଇ ପାରିନଥିଲା । ଏହି ମ୍ୟାଚରେ ଜୟବର୍ଦ୍ଦନ ଏକୁଟିଆ ବ୍ୟାଟ୍ସମ୍ୟାନ ଭାବେ ଶତକ ମାରିଥିଲେ ।

ଏହି ମ୍ୟାଚରେ ମହେନ୍ଦ୍ର ସିଂହ ଧୋନି ୯୧ ରନର ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିଲେ । ୮ଟି ଚୌକା ଓ ୨ଟି ଛକା ମାରିଥିଲେ ମାହି । ଧୋନି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ଧୋନି ଓ ଗୌତମ ଗମ୍ଭୀର ୧୦୯ରନର ଭାଗିଦାରୀ ପାଳି ଖେଳିଥିଲେ । ଧୋନି ଛକ୍କା ମାରି ଭାରତୀୟ ଦଳକୁ ବିଶ୍ୱ ବିଜୟୀ କରାଇଥିଲେ । ଯେଉଁ ସଟକୁ ଆଜି ବି ମନେ ରଖିଛନ୍ତି କ୍ରିକେଟ୍ ପ୍ରେମୀ ।

On This Day After 28 Years India Won The World Cup

ଧୋନିଙ୍କ ନେତୃତ୍ୱରେ ଭାରତୀୟ ଦଳ ସଚିନ ତେନ୍ଦୁଲକରଙ୍କ ବିଶ୍ୱ ଚାମ୍ପିଅନ୍ ହେବା ସ୍ୱପ୍ନକୁ ପୂରଣ କରିଥିଲା । ଐତିହାସିକ ବିଜୟ ପରେ ସଚିନଙ୍କୁ କାନ୍ଧରେ ବସାଇ ଷ୍ଟାଡିୟମରେ ଘୂରି ବୁଲିଥିଲେ ଭାରତୀୟ ଦଳର ଖେଳାଳି ।

Leave A Reply

Your email address will not be published.