Latest Odisha News

କୋଭିଡ୍ କେୟାର ସେଣ୍ଟରରେ ଡ୍ୟାନ୍ସ ଜଲଓ୍ୱା, ଦେଖନ୍ତୁ ଭିଡିଓ

ବେଙ୍ଗାଳୁରୁ: ବାଜୁଛି ମ୍ୟୁଜିକ୍ । ଜମୁଛି ଡ୍ୟାନ୍ସ ଜଲଓ୍ୱା । ଗୀତର ତାଳେ ତାଳେ ଜବରଦସ୍ତ ଡ୍ୟାନ୍ସ । କୌଣସି ଷ୍ଟେଜ ପରଫରମାନ୍ସ ପାଇଁ ରିହରସାଲ୍ ଭଳି ଲାଗୁଛି । କିନ୍ତୁ ସେମିତି କିଛି ନୁହେଁ । କୋଭିଡ୍ କେୟାର ସେଣ୍ଟରରେ ଡ୍ୟାନ୍ସ । ଏମିତି ଏକ ଭିଡିଓ ଏବେ ସାମନାକୁ ଆସିଛି କର୍ଣ୍ଣାଟକର ବେଲାରୀରୁ ।
ଦେଖନ୍ତୁ ଭିଡିଓ … 

ଡ୍ୟାନ୍ସ କରୁଥିବା ସମସ୍ତେ ଜଣେ ଜଣେ କରୋନା ଆକ୍ରାନ୍ତ । ପଜିଟିଭ ଚିହ୍ନଟ ପରେ କୋଭିଡ୍ କେୟାର ସେଣ୍ଟରରେ ଭର୍ତ୍ତି ହୋଇଛନ୍ତି । ସେଠାରେ ଏହି ଭିଡିଓ ସୁଟ୍ କରିଛନ୍ତି । ଯେଉଁଥିରେ ଦେଖିବାକୁ ମିଳିଛି ସମସ୍ତେ ସାମାଜିକ ଦୂରତା ରକ୍ଷା କରି ଡ୍ୟାନ୍ସ କରୁଛନ୍ତି । ତାସହ ପିନ୍ଧିଛନ୍ତି ମାସ୍କ ।

ଭିଡିଓଟି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓ ଅନ୍ୟ କରୋନା ଆକ୍ରାନ୍ତଙ୍କୁ ଗୋଟିଏ ସକାରାତ୍ମକ ବାର୍ତ୍ତା ବି ଦେଉଛି । ପଜିଟିଭ୍ ଚିହ୍ନଟ ହେଲେ ବି କରୋନାକୁ ଭୟ କରିବାର ନାହିଁ । ମାନସିକ ସ୍ତରରେ ସମସ୍ତେ ଦୃଢ଼ ହେବା ଦରକାର । ତାହେଲେ ଆମେ ମହାମାରୀକୁ ମାତ ଦେଇପାରିବା ।

Leave A Reply

Your email address will not be published.