ଟ୍ୟୁନିସିଆ: ଲକ୍-ଡାଉନ୍ ନିର୍ଦ୍ଦେଶକୁ କଡାକଡି କରିବା ପାଇଁ ଆଉ ରାସ୍ତାରେ ଜଗିବେନି ପୋଲିସ । ଗଡିଲା ପୋଲିସ୍ ରୋବୋଟ୍ (ରୋବୋକପ୍) । କିଛି ଏପରି ପଦକ୍ଷପେ ନେଇଛି ଟ୍ୟୁନିସିଆ ସରକାର ।
‘Robocop’ patrols Tunisia to enforce coronavirus lockdown https://t.co/WuJCzdwaMx
— Daily Mail Online (@MailOnline) April 3, 2020
ଡେଲି ମେଲ୍ ରିପୋର୍ଟ ଅନୁଯାୟୀ ଲକ୍-ଡାଉନ୍ରେ ଅମାନିଆ ଲୋକଙ୍କୁ ସାବାଡ୍ କରିବା ପାଇଁ ଟ୍ୟୁନିସିଆ ସରକାର ରୋବୋକପ୍ ମୁତୟନ କରିଛି । ପି ଗାର୍ଡ ନାମରେ ପରିଚିତ ଏହି ରୋବୋକପ୍ ରିମୋଟ୍ ଦ୍ୱାରା ପରିଚାଳିତ ।
ଇନ୍ଫ୍ରାରେଡ୍ ଓ ଥର୍ମାଲ ଇମେଜିଂ କ୍ୟାମେରା ସହ ଏଥିରେ ସାଉଣ୍ଡ ଓ ଲାଇଟ୍ ଆଲାର୍ମ ବ୍ୟବସ୍ଥା ରହିଛି । ପ୍ରି-ରେକର୍ଡ ଅଡିଓ ଦ୍ୱାରା ପ୍ରଥମେ ଏହି ରୋବୋକପ୍ ଲୋକଙ୍କ ପରିଚୟ ମାଗିଥାଏ । ଏବଂ ତା ପରେ ଲକ୍-ଡାଉନ୍ ରେ ଘରୁ ବାହାରିବାର କାରଣ ପଚାରି ତାଗିଦ କରିଥାଏ ।
ଟ୍ୟୁନିସିଆରେ ଏ ପର୍ଯ୍ୟନ୍ତ ୧୪ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୪୫୫ଟି କୋଭିଡ-୧୯ ପଜିଟିଭ ମାମଲା ସାମ୍ନାକୁ ଆସିଛି ।
Comments are closed.