Latest Odisha News

BREAKING NEWS

କେନ୍ଦୁଝରରେ ସୁପର ସ୍ପ୍ରେଡର; ୩୭ ଜଣଙ୍କୁ କଲେ ସଂକ୍ରମିତ

କେନ୍ଦୁଝର: ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝରରେ ୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇରେ ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୩୦ରେ ପହଞ୍ଚିଛି ।

ଏନେଇ ପ୍ରଶାସନ ପକ୍ଷରୁ ଟ୍ୱିଟ୍ କରାଯାଇଛି । ପ୍ରଶାସନର ଉକ୍ତ ଟ୍ୱିଟ୍ ଅନୁଯାୟୀ ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୫୩ଟି ଲୋକାଲ୍ କଣ୍ଟାକ୍ଟ କେସ୍ ଏବଂ ୨୨ଟି କ୍ୱାରେଣ୍ଟାଇନ୍ ସେଣ୍ଟରର ହୋଇଥିବା ବେଳେ ଦୁଇ ଜଣ କୋଭିଡ ଯୋଦ୍ଧା ରହିଛନ୍ତି ।

ସେହିପରି ୫୩ ଲୋକାଲ୍ କେସ୍ ମଧ୍ୟରୁ ୩୭ ଜଣ ଆନନ୍ଦପୁର ପୌରାଞ୍ଚଳ । ସେମାନେ ଜଣେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । ଏହାଛଡା ଅନ୍ୟ ଜଣେ ଲୋକାଲ୍ କଣ୍ଟାକ୍ଟ କେସ୍ ଭୁବନେଶ୍ୱରର ସମ୍ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ୨୯୪ଟି ସକ୍ରିୟ ମାମଲା ରହିଥିବା ବେଳେ ୪୩୬ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ।

Leave A Reply

Your email address will not be published.