Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଆରଆଇ, ନେଉଥିଲେ ୩ହଜାର ଟଙ୍କା ଲାଂଚ

ବାଲେଶ୍ୱର: ଲାଂଚ ନେଇ ଭିଜିଲାନ୍ସରେ ଜାଲରେ ପଡିଛନ୍ତି ଆରଆଇ । ଭଦ୍ରକ ଜିଲ୍ଲା ଚାନ୍ଦବାଲିର ରାଜସ୍ୱ ନୀରିକ୍ଷକ ସୁବ୍ରତ କୁମାର ମଲ୍ଲିକଙ୍କୁ ଧରିଛି ବାଲେଶ୍ୱର ଭିଜିଲାନ୍ସ ଟିମ୍ । ଲିଗାଲ ହାୟର ଅର୍ଥାତ୍ ଉତ୍ତରାଧିକାରୀ ସାର୍ଟିଫିକେଟ୍ ପାଇଁ ଜଣେ ବ୍ୟାକ୍ତିଙ୍କ ଠାରୁ ୩ ହଜାର ଟଙ୍କା ଲାଂଚ ନେଉଥିଲେ ଆରଆଇ ସୁବ୍ରତ କୁମାର ମଲ୍ଲିକ । ଏହି ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି ।

ଅଭିଯୋଗକାରୀ ସାଇ କିଶୋର ପଣ୍ଡା ତାଙ୍କ ମାଆଙ୍କ ମୃତ୍ୟୁ ପରେ ଉତ୍ତରାଧୀକାରୀ ଭାବେ ସାର୍ଟିଫିକେଟ୍ ପାଇଁ ଆବେଦନ କରିଥିଲେ । ତେବେ ଆରଆଇ ସୁବ୍ରତ କୁମାର ମଲ୍ଲିକ ସାର୍ଟିଫିକେଟ୍ କରିବା ପାଇଁ ତାଙ୍କୁ ୩ ହଜାର ଟଙ୍କା ଲାଂଚ ମାଗିଥିଲେ । ଭିଜିଲାନ୍ସରେ ଅଭିଯୋଗ ପରେ କେମିକାଲ ମିଶା ଟଙ୍କା ଆରଆଇ ସୁବ୍ରତ ମଲ୍ଲିକଙ୍କୁ ଦେଇଥିଲେ ଅଭିଯୋଗକାରୀ ସାଇ କିଶୋର ପଣ୍ଡା ।

ଏହି ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା ଏବଂ ତାଙ୍କ ପକେଟରୁ ଟଙ୍କା ଉଦ୍ଧାର କରିଥିଲା । ଆରଆଇଙ୍କ ଅଫିସ ଚ୍ୟାମ୍ବର ଏବଂ ଘରେ ଭିଜିଲାନ୍ସ ଟିମ୍ ଯାଂଚ କରିଛି । ଏନେଇ ବାଲେଶ୍ୱର ଭିଜିଲାନ୍ସରେ ମାମଲା ମଧ୍ୟ ରୁଜୁ ହୋଇଛି ।

Leave A Reply

Your email address will not be published.