Latest Odisha News

BREAKING NEWS

ମାଲକାନଗିରିରେ ୧୪ଶହ ଟପିଲା କରୋନା ସଂକ୍ରମଣ

ମାଲକାନଗିରି: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ମାଲକାନଗିରି ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୫୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ ।

ପ୍ରାପ୍ତ ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୨୩ ଜଣ ମାଲକାନଗିରି ମୁନସିପାଲିଟି, ମୈଥିଲି ବ୍ଲକରୁ ୧୩, କୋରୁକୋଣ୍ଡା ବ୍ଲକରୁ ୩, ଚିତ୍ରକୋଣ୍ଡା ବ୍ଲକରୁ ୩, ଖରିପୁଟ ବ୍ଲକରୁ ୭, ବାଲିମେଳା ବ୍ଲକରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରେ ୨ ଜଣ କୋଭିଡ ଯୋଦ୍ଧା ରହିଛନ୍ତି ।

ଅଧିକ ପଢନ୍ତୁ- ରାଜ୍ୟରେ ଆଉ ୯ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ମୋଟ୍ ୧୪୦୨ କରୋନା ମାମଲା ରହିଥିବା ବେଳେ ୯୦୨ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହାଛଡା ୩ଜଣ ମୃତ୍ୟୁ ବରଣ କରିଥିବା ବେଳେ ୪୯୮ ଆକ୍ଟିଭ କେସ୍ ରହିଛି ।

Leave A Reply

Your email address will not be published.