Latest Odisha News

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ, ଭିଜିଲାନ୍ସ ଜାଲରେ ଫସିଲେ ବାଲୁଗାଁ ଅବସରପ୍ରାପ୍ତ ରେଞ୍ଜର

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁର ଅବସରପ୍ରାପ୍ତ ରେଞ୍ଜର ଅଭୟ କୁମାର ଜେନାଙ୍କ ବିରୋଧରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି।

ମିଳିଥିବା ସୂଚନା ଅନୁଯାୟୀ ସର୍ଚ୍ଚ ୱାରେଣ୍ଟ ଆଧାରରେ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍ ତାଙ୍କ ଅଫିସ ଓ ବାସଭବନ ସମେତ ୫ଟି ସ୍ଥାନରେ ଚଢାଉ କରିଥିବା ଜଣାପଡିଛି ।

ଏପରିକି ସମ୍ପୃକ୍ତ ଯନ୍ତ୍ରୀଙ୍କ କଟକସ୍ଥିତ ହିନ୍ଦଳକୋଠି ବାସଭବନ, ଭୁବନେଶ୍ୱରର ଫରେଷ୍ଟ ପାର୍କରେ ଥିବା ବିଲ୍ଡିଂ, ଖୋର୍ଦ୍ଧା ବାଲୁଗାଁ ସ୍ଥିତ କାର୍ଯ୍ୟାଳୟ, କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ନିକଟ ବଙ୍ଗଳପୁର ଗ୍ରାମରେ ଥିବା ନିଜ ଘର ସହ ସମ୍ପର୍କୀୟ ଘରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ ଟିମ୍ ।

Leave A Reply

Your email address will not be published.