ବଦଳିଲେ ଗୋଆ ରାଜ୍ୟପାଳ

ଗେଆ: ବଦଳିଲେ ଗୋଆ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ମେଘାଳୟର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି । ଏପଟେ ଗୋଆର ଅତିରିକ୍ତ ଦାୟିତ୍ୱ ତୁଲାଇବେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋସିୟାରୀ ।

ସତ୍ୟପାଲ ମଲ୍ଲିକ ଗତ ଅକ୍ଟୋବର ୨୦୧୯ରେ ଗୋଆର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିଲେ । ଏହା ପୂର୍ବରୁ ସେ ଜାମ୍ମୁ କାଶ୍ମୀରର ରାଜ୍ୟପାଳ ଥିଲେ ।