ଭୁବନେଶ୍ୱର: ବିଶ୍ଵବ୍ୟାପୀ ଏବେ ସାମ୍ନାକୁ ଆସୁଛି କରୋନାର କରୁଣ ଚିତ୍ର । ସମଗ୍ର ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ଦିନ ୨ ଟା ସୁଦ୍ଧା ୨୭, ୨୫,୪୮୭ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୧, ୯୧, ୦୫୭ରେ ପହଞ୍ଚିଛି । ସମୁଦାୟଙ୍କ ଆକ୍ରାନ୍ତଙ୍କ ମଧ୍ୟରୁ ୭,୪୫,୮୨୪ ଜଣ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି।
ସେହିପରି ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩,୦୭୭ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୭୧୮ରେ ପହଞ୍ଚିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ମୋଟ ୪,୭୪୯ ଜଣ ଆରୋଗ୍ୟ ଲାଭ କରିଛନ୍ତି ।
ଅନ୍ୟପଟେ ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧ରେ ରହିଛି ।
ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୩୩ ଜଣ ସୁସ୍ଥତା ଲାଭ କରିଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି ।
Comments are closed.