Latest Odisha News

ବିଶ୍ୱରେ ଉଦବେଗ ହେଉଛି ସ୍ଥିତି; ୩ ଲକ୍ଷ ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ସାରା ବିଶ୍ୱରେ ହାହାକାର । ବିଶ୍ୱର ୧୧୨ଟି ଦେଶରେ ତାଣ୍ଡବ ରଚିଛି କରୋନା ଭାଇରସ । ବିଶ୍ୱବାସୀ ଦେଖୁଛନ୍ତି ଏହାର କରାଳ ରୂପ ।

କରୋନା ପ୍ରଭାବରେ ସାରା ବିଶ୍ୱରେ ୩ ଲକ୍ଷ ୧୨ ହଜାର ୩୮୪ ଜଣ ଲୋକ ପ୍ରାଣ ହରାଇଛନ୍ତି । ପୃଥିବୀର ୧୧୨ଟି ଦେଶର ମୋଟ ୪୭ ଲକ୍ଷ ୧୬ ହଜାର ୯୯୨ ଜଣ କରୋନା ଭାଇରସ ସଂକ୍ରମଣର ଶିକାର ହୋଇଛନ୍ତି ।

ଅନ୍ୟପଟେ ଏପର୍ଯ୍ୟନ୍ତ ୧୮ ଲକ୍ଷ ୧୦ ହଜାର ୭୯ ଜଣ ଏହି ଭୂତାଣୁ କବଳରୁ ସୁସ୍ଥ ହୋଇଛନ୍ତି । ଏହାସହ ବର୍ତ୍ତମାନ ସୁଦ୍ଧା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ଳକ୍ଷ ୯୪ ହଜାର ୫୨୯ ରହିଛି ।

କରୋନାରେ ସର୍ବାଧିକ ପ୍ରଭାବିତ ହୋଇଛି ଆମେରିକା । ବର୍ତ୍ତମାନ ସୁଦ୍ଧା ଏଠାରେ ୧୫ ଲକ୍ଷ ୭ ହଜାର ୮୮୩ ଜଣ ସଂକ୍ରମିତ ହୋଇଥିବା ବେଳେ ୮୯ ହଜାର ୫୯୫ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୩ ଲକ୍ଷ ୩୯ ହଜାର ୨୧୨ ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ ଆହୁରି ୧୦ ଲକ୍ଷ ୭୯ ହଜାର ୭୬ ଜଣ ଚିକିତ୍ସାଧୀନ ଅଛନ୍ତି ।

କରୋନା ଭାଇରସରେ ସଂକ୍ରମିତ ସଂଖ୍ୟା ସ୍ପେନ ଓ ଋଷିଆରେ ମଧ୍ୟ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ବ୍ରିଟେନ, ବ୍ରାଜିଲ ଓ ଇଟାଲୀର ଅବସ୍ଥା ଚିନ୍ତା ଜନକ ରହିଛି ।

Leave A Reply

Your email address will not be published.