Latest Odisha News

BREAKING NEWS

କରୋନା ଅପଡେଟ: ରାଜ୍ୟରେ ବଢୁଛି ଆରୋଗ୍ୟଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଦୃତ ଗତିରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦେଖୁ ଦେଖୁ ଏହିସଂଖ୍ୟା ୭୦୦ ଟପିଗଲାଣି । ଖାଲି ସଂକ୍ରମିତ ନୁହେଁ ପ୍ରତିଦିନ କିଛି ନା କିଛି ରୋଗୀ ସୁସ୍ଥ ହେବାର ଖବର ମଧ୍ୟ ଆସୁଛି । ଯାହା ଅନ୍ତତଃ ପକ୍ଷେ ଓଡିଶାବାସୀଙ୍କୁ ଆଶ୍ୱସନାର ଯୋଗାଉଛି।

ରାଜ୍ୟରେ ପୁଣି ସୁସ୍ଥ ହୋଇଛନ୍ତି ଆଉ ୩୦ ଜଣ କରୋନା ଆକ୍ରାନ୍ତ । ସେମାନଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ସୂଚନା ଅନୁସାରେ ଗଞ୍ଜାମରୁ, କଟକ ବାଲେଶ୍ଵର ଜିଲ୍ଲାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୧୯୬ରେ ପହଂଚିଛି ।

Leave A Reply

Your email address will not be published.