କରୋନା ଟିକା ନେବା ସବୁ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ: ଡିଏମଇଟି
ଭୁବନେଶ୍ୱର: କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସୂଚନା ଅନୁସାରେ ୧୦ଦିନ ଭିତରେ ରାଜ୍ୟରେ ପହଞ୍ଚିପାରେ କରୋନା ଟିକା । ପହଞ୍ଚିବା କ୍ଷଣି ଦିନେ ଦୁଇ ଦିନ ଭିତରେ ରାଜ୍ୟରେ ଟିକାକରଣ ଆରମ୍ଭ ହେବ । ସେଥିପାଇଁ ଆମେ ପ୍ରସ୍ତୁତ ଅଛୁ । ଏହି ସୂଚନା ଦେଇଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି ।
ସେ କହିଛନ୍ତି, ପ୍ରଥମ ପର୍ୟ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । କିନ୍ତୁ ସବୁ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଟିକା ନେବା ବାଧ୍ୟତାମୂଳକ ନୁହେଁ । ଯିଏ ଚାହିଁବେ ସେମାନଙ୍କୁ ଟିକା ଦିଆଯିବ ।
ବର୍ତ୍ତମାନ ସୁଦ୍ଧା ଯେଉଁ ଦୁଇଟି ଟିକା ଆସିଛି ତାହାକୁ ୨ଟି ଡୋଜରେ ଦିଆଯିବ । ପ୍ରଥମ ଡୋଜର ୨୮ ଦିନ ପରେ ସେକେଣ୍ଡ ଡୋଜ ଦିଆଯିବ ବୋଲି ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି ।
Comments are closed.