Latest Odisha News

BREAKING NEWS

ଜାଣନ୍ତୁ କାହିଁକି ଗୋଟିଏ ବର୍ଷର ଦରମା ନେବେନି ଏକତା କାପୁର ?

ମୁମ୍ବାଇ: ଗୋଟିଏ ବର୍ଷର ଦରମା ନେବେନି ଏକତା କାପୁର । ବାଲାଜୀ ଟେଲିଫିଲ୍ସମର କର୍ମଚାରୀଙ୍କ ସୁବିଧା ପାଇଁ ସେ କିଛି ଏପରି ପଦକ୍ଷପ ନେଇଛନ୍ତି ।

କରୋନା ମହାମାରୀରେ ଟିଭି ଇଣ୍ଡଷ୍ଟ୍ରୀ ବହୁମାତ୍ରାରେ କ୍ଷତି ସହିଛି । ସୁଟିଂ ବନ୍ଦ ଥିଲାବେଳେ ବ୍ୟାଙ୍କିଂ ଏପିସୋଡ୍ ବି ସରିଗଲାଣି । ତେବେ ନୂଆ ଏପିସୋଡ ଟେଲିକାଷ୍ଟ ନ ହେବାରୁ ସ୍ପୋନ୍ସର୍ ବି ପଛଘୁଂଚା ଦେଇଛନ୍ତି ।

 

View this post on Instagram

 

The only way ahead, is together! #StaySafeStayHealthy ??

A post shared by Erk❤️rek (@ektarkapoor) on

ଏପରି ସ୍ଥିତିରେ ବାଲାଜୀ ଟେଲିଫିଲ୍ମସ୍‌ର କର୍ମଚାରୀଙ୍କ ଦରମା ଯେପରି ପ୍ରଭାବିତ ନ ହୁଏ, ସେଥିପାଇଁ ଏକତା ଗୋଟିଏ ବର୍ଷର ଦରମା ୨.୫ କୋଟିକୁ ତ୍ୟାଗ କରିଛନ୍ତି ।

ଗତମାସ କୁମ୍‌କୁମ୍‌ ଭାଗ୍ୟ ଓ କୁଣ୍ଡଳୀ ଭାଗ୍ୟ ଭଳି ସିରିଜର ଫ୍ରେଶ୍ ଏପିସୋଡ ସରିଯିବା ପରେ ରାମ କାପୁର ଓ ସାକ୍ଷୀ ତନ୍‌ୱର୍ ଷ୍ଟାରର୍ ୱେବ ସିରିଜ ‘କରଲେ ତୁ ଭି ମୋହବ୍ୱତ’ ଏବେ ଜି ଟିଭିରେ ପ୍ରସାରିତ ହେଉଛି ।

ନିଜର ଏକାଧିକ ପ୍ରଡକ୍ସନ ହାଉସ୍ ଲକ୍‌-ଡାଉନ୍ ପାଇଁ ବନ୍ଦ ଥିଲେ ବି କର୍ମଚାରୀଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ କରେଇଦେଇନାହାନ୍ତି ଟିଭି କ୍ୱିନ୍ ଏକତା କାପୁର ।

Leave A Reply

Your email address will not be published.