Latest Odisha News

BREAKING NEWS

କରୋନା ଅପଡେଟ୍‌: ଭାରତରୁ ଘରକୁ ଫେରିବେ ୧୬ଶହ ବିଦେଶୀ ପର୍ଯ୍ୟଟକ !

ଗୋଆ: ୨୧ଦିନିଆ ଲକ୍‌-ଡାଉନ୍ ଘୋଷଣା ପରେ ଗୋଆରେ ଫସି ରହିଛନ୍ତି ପ୍ରାୟ ୧୬ ଶହ ବିଦେଶୀ ପର୍ଯ୍ୟଟକ । ଖୁବଶୀଘ୍ର ସେମାନଙ୍କୁ ଘରକୁ ପଠାଇବାକୁ ଯୋଜନା ହୋଇଥିବା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ।

ନ୍ୟୁଜ ଏଜେନ୍ସି ରିପବ୍ଲିକ୍ ର ରିପୋର୍ଟ ଅନୁଯାୟୀ ଜର୍ମାନୀ, ଋଷିଆ ଓ ଅନ୍ୟ ୟୁରୋପୀୟ ଦେଶରୁ ଏପ୍ରିଲ୍ ୩ କିମ୍ବା ୪ ରେ ଚାଟାର୍ଡ ଫ୍ଲାଇଟ୍ ଆସି ବିଦେଶୀ ପର୍ଯ୍ୟଟକଙ୍କୁ ନିଜନିଜ ଦେଶକୁ ଫେରାଇନେବ ।

ଗୋଆରେ କରୋନାରେ ସଂକ୍ରମିତ ହୋଇଥିବା ୫ଜଣଙ୍କ ଅବସ୍ଥା ସ୍ଥିର ଥିବାବେଳେ ଫସିରହିଥିବା ବିଦେଶୀଙ୍କ ମଧ୍ୟରୁ ସମସ୍ତଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ରହିଛି ।

ଭାରତରେ ବିଦେଶୀଙ୍କୁ ନେଇ ମାହୋଲ ସାମାନ୍ୟ ଅସ୍ଥିର ଥିବାବେଳେ ସେମାନଙ୍କୁ ହୋଟେଲରୁ ଦାବୋଲିମ୍ ଏୟାରପୋର୍ଟ ପର୍ଯ୍ୟନ୍ତ କଡା ସୁରକ୍ଷା ବଳୟରେରେ ନେବାକୁ ଗୋଆ ପୋଲିସ ଆଶ୍ୱାସନା ଦେଇଛି ।

Leave A Reply

Your email address will not be published.