Latest Odisha News

BREAKING NEWS

ଓଟିଭି ଏମ୍‌ଡିଙ୍କ ବିରୋଧରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଫେରାଦ

ଭୁବନେଶ୍ୱର: ଓଟିଭି ଏମ୍‌ଡିଙ୍କ ବିରୋଧରେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ସାରୁଆ ଗ୍ରାମବାସୀ । ବିଭିନ୍ନ ଆଳ ଦେଖାଇ ଓଟିଭି କର୍ମଚାରୀ ଗାଁ ଲୋକଙ୍କୁ ଠକି ଥିବା ସେମାନେ ଅଭିଯୋଗ କରିଛନ୍ତି ।

କିଛି ବର୍ଷ ତଳେ ଲୋକଙ୍କୁ ବିଭିନ୍ନ ଆଳ ଦେଖାଇ ଓଟିଭି କର୍ମଚାରୀ କାରୀ, ସାରୁଅ, ଜୟମଙ୍ଗଳ ଓ ଗୌଡ଼ପୁଟ ଗାଁର ଜମି କିଣିଥିଲେ । ସେମାନେ ସେଠାରେ ବଡ଼ ବଡ଼ ଘର, ପାଚେରୀ, ରାସ୍ତା ନିର୍ମାଣ କଲେ କିନ୍ତୁ ଗ୍ରାମବାସୀଙ୍କ ଭାତ ହାଣ୍ଡି ଉପରେ ମାଡ ମାରି ଥିବା ଅଭିଯୋଗ ହୋଇଛି । ଯେଉଁଥିପାଇଁ ଗ୍ରାମବାସୀ ନିଜ ଚାଷ ଜମିକୁ ଯାଇ ପାରୁନାହାନ୍ତି ।

ପ୍ରତିବାଦ କରିବାରୁ ଓଟିଭି ମାଲିକାଣୀ ଜାଗି ପଣ୍ଡାଙ୍କ ଗୁଣ୍ଡାମାନେ ଧମକଚମକ ଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏପରିକି ଜମି ଜବରଦଖଲ କରିବାକୁ ମଧ୍ୟ ଧମକ ଦେଉଥିବାରୁ ଗ୍ରାମବାସୀ ଭୟଭୀତ ଅଛନ୍ତି । ଜାଗି ପଣ୍ଡାଙ୍କ ବାପା ଓ ଭାଇ ମଧ୍ୟ ଗାଁକୁ ଆସି ଧମକ ଦେଉଥିବା ଗ୍ରାମବାସୀ ଲିଖିତ ଭାବେ ଦର୍ଶାଇଛନ୍ତି । ସେହି ଭୟରେ ଶାଗ ମାଛ ଦରରେ ଜମି ବିକୁଛନ୍ତି ସ୍ଥାନୀୟ ଲୋକେ । ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ନିଜ ସୁରକ୍ଷା ଦାବି କରିଛନ୍ତି ଗାଁ ଲୋକେ । କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆତ୍ମହତ୍ୟା କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.