Latest Odisha News

କୋଭିସିଲଡକୁ ମିିଳିଲା ଅନୁମତି !

ନୂଆଦିଲ୍ଲୀ-ଅକ୍‌ସଫୋର୍ଡ କରୋନା ଟିକାର ବ୍ୟବହାର ପାଇଁ ଅନୁମତି ଦେବାକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଏକ ଏକ୍‌ସପର୍ଟ କମିଟି ଡ୍ରଗ୍‌ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (DCGI) କୁ ସୁପାରିଶ କରିଛି ।
ଅକ୍‌ସଫୋର୍ଡ ୟୁନିଭରସିଟି ଓ ଫାର୍ମା କମ୍ପାନି ଅଷ୍ଟ୍ରେଜେନେକା ଦ୍ୱାରା ବିକଶିତ କରାଯାଇଥିବା ଏହି ଟିକାର ଉତ୍ପାଦନ କରୁଛି ଭାରତର ଦି ସିରମ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (SII) । SII ଏହି ଟିକାର ନାଁ ରଖିଛି କୋଭିସିଲଡ ।
କୋଭିସିଲଡର ବ୍ୟବହାରକୁ ଅନୁମତି ମିଳିବା ଏକ ବହୁତ ଗୁରୁତ୍ୱପୂର୍ଣ୍ଣ କଥା । କାରଣ ଏହାର ଦାମ କମ୍ । ମାତ୍ର ୫ ଶହ ଟଙ୍କାରେ ଏହାର ଡୋଜ୍ ମିଳିବ । ସେହିପରି ଭାରତର ପାଣିପାଗ ଓ ତାପମାତ୍ରାକୁ ମଧ୍ୟ ଏହା ସୁହାଇବ । ସିରମ୍ ଇନଷ୍ଟିଚ୍ୟୁଟ ପ୍ରାୟ ୫ କୋଟି ଡୋଜ୍ ପ୍ରସ୍ତୁତ କରି ରଖିଥିବା ଏହାର ସିଇଓ ଅଦର ପୁନାୱାଲା କିଛି ଦିନ ତଳେ କହିଥିଲେ । ମାର୍ଚ୍ଚ ସୁଦ୍ଧା ଆହୁରି ୫ କୋଟି ଡୋଜ୍ ପ୍ରସ୍ତୁତ ହୋଇଯିବ ବୋଲି ଏହି ସଂସ୍ଥା ପକ୍ଷରୁ କୁହାଯାଇଛି । ୬ରୁ ୮ ମାସ ମଧ୍ୟରେ ଦେଶର ୩୦ କୋଟି ଲୋକଙ୍କୁ କରୋନା ଟିକା ଦେବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି ।
ସିରମ୍ ଇନଷ୍ଟିଚ୍ୟୁଟ ମଧ୍ୟ ଦକ୍ଷିଣ ଏସିଆ ଓ ଆଫ୍ରିକାର କେତେକ ଦେଶକୁ କୋଭିସିଲଡ ଯୋଗାଇବ ବୋଲି ଜଣାପଡିଛି ।
ଆଗରୁ ବ୍ରିଟେନ ମଧ୍ୟ ଅକସଫୋର୍ଡ ଟିକାକୁ ଅନୁମତି ଦେଇଛି ।

ସେହିପରି ଫାଇଜର ଟିକାକୁ ଜରୁରୀ ପରିସ୍ଥିତିରେ ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମତି ଦେଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମତି ପାଇବାରେ ଫାଇଜର ପ୍ରଥମ ଟିକା । କିନ୍ତୁ ଏହି ଟିକାର ସଂରକ୍ଷଣ ପାଇଁ ମାଇନସ୍ ୬୦ରୁ ମାଇନସ୍ ୯୦ ଡିଗ୍ରୀ ସେଲସିୟସ ତାପମାତ୍ରା ଦରକାର ହେଉଥିବାରୁ ଭାରତରେ ଏହାର ବ୍ୟବହାର ଏକ ବଡ ଚ୍ୟାଲେଞ୍ଜ ଅଟେ ।
ଶନିବାର ସାରା ଦେଶରେ କରୋନା ଟିକାକରଣର ଡ୍ରାଏ ରନ୍ ହେବ । କେମିତି ସୁରୁଖୁରୁରେ ଲୋକଙ୍କୁ ଟିକା ଦିଆ ଯାଇପାରିବ, ତାର ମକ୍ ଡ୍ରିଲ୍ କରାଯିବ ।

Leave A Reply

Your email address will not be published.