Latest Odisha News

BREAKING NEWS

ଜାନୁଆରି ୮ରୁ ବ୍ରିଟେନକୁ ଉଡିବ ବିମାନ

ନୂଆଦିଲ୍ଲୀ- ଆସନ୍ତା ଜାନୁଆରି ୮ ତାରିଖରୁ ବ୍ରିଟେନ ଓ ଭାରତ ମଧ୍ୟରେ ବିମାନ ଚଳାଚଳ ସ୍ୱାଭାବିକ ହେବ । ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀ ।

ଜାନୁଆରି ୨୩ ତାରିଖ ଯାଏ ଉଭୟ ଦେଶର ପ୍ରତ୍ୟେକ ବିମାନ କମ୍ପାନି ସପ୍ତାହକୁ ୧୫ଟି ଫ୍ଲାଇଟ ଚଳାଇପାରିବେ । ଭାରତର ଦିଲ୍ଲୀ, ମୁମ୍ବାଇ, ବେଙ୍ଗଳୁରୁ ଓ ହ୍ରାଇଦ୍ରାବାଦରୁ ଏହି ବିମାନ ସବୁ ଚଳାଚଳ କରିପାରିବ ବୋଲି ହରଦୀପ ପୁରୀ କହିଛନ୍ତି । ଖୁବ ଶୀଘ୍ର ଡିସିଜିଆଇ ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରିବ ବୋଲି ସେ ସୂଚନା ଦେଇଛନ୍ତି ।

ଅଧିକ ଦ୍ରୁତ ଗତିରେ ବ୍ୟାପୁଥିବା କରୋନାର ନୂଆ ପ୍ରକାର ଭୂତାଣୁ ଷ୍ଟ୍ରେନ୍ ବ୍ରିଟେନରୁ ଚିହ୍ନଟ ହେବା ପରେ ଗତ ଡିସେମ୍ବର ୨୩ରେ ଭାରତ ସରକାର ବିମାନ ଚଳାଚଳ ଉପରେ କଟକଣା ଜାରି କରିଥିଲେ । ଡିସେମ୍ବର ୩୧ ତାରିଖ ଯାଏ ବ୍ରିଟେନକୁ ବିମାନ ଚଳାଚଳକୁ ବନ୍ଦ ରଖା ଯାଇଥିଲା । ପରେ ତାକୁ ଜାନୁଆରି ୭ ତାରିଖ ଯାଏ ଏହି କଟକଣାକୁ ବୃଦ୍ଧି କରାଯାଇଥିଲା ।

Leave A Reply

Your email address will not be published.