ଭୁବନେଶ୍ୱର: ଓଡିଶା ସରକାର ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ପାଇଁ ଜାଳେଣି କାଠ ବଦଳରେ ଗୋବର ଘଷି ବ୍ୟବହାର ଉପରେ ଚିନ୍ତା କରୁଛନ୍ତି ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମଙ୍ଗଳବାର ସୂଚନା ଦେଇଛନ୍ତି।
ଶବଦାହ କରିବା ପାଇଁ ଗୋବର ଭିତ୍ତିକ ଜୈବ ଇନ୍ଧନ ବ୍ୟବହାର କରିବାକୁ ଚିନ୍ତା କରିବାକୁ ଆମେ ଲୋକଙ୍କୁ ଅନୁରୋଧ କରିବୁ। ହିନ୍ଦୁ ଧାର୍ମିକ ପ୍ରଥା ଅନୁଯାୟୀ ଏହା ‘ମୋକ୍ଷ’ ପ୍ରାପ୍ତିରେ ମଧ୍ୟ ସହାୟକ ହୋଇପାରେ। ତେବେ ଏହା କାଠ ତୁଳନାରେ ପରିବେଶ ଉପରେ କମ୍ ପ୍ରଭାବ ପକାଇବ ବୋଲି ମନ୍ତ୍ରୀ କହିଛନ୍ତି।
ସେ ଆହୁରି ମଧ୍ଯ କହିଛନ୍ତି ଯେ ବର୍ତ୍ତମାନ ସ୍ୱର୍ଗଦ୍ୱାର ପରିଚାଳନା କରୁଥିବା କମିଟି ସହ ଆଲୋଚନା କରାଯିବ ଏବଂ ସେହି ଅନୁଯାୟୀ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ।
ଅପରପକ୍ଷରେ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ। ୫ ଜଣ ମନ୍ତ୍ରୀ ଓ ୫ ଜଣ ସଚିବ କମିଟିର ସଦସ୍ୟ ରହିବେ। ଏହି କମିଟି ଗୋ ସୁରକ୍ଷା ଓ ଗୋମୁତ୍ର ଓ ଗୋବରର ସଦୁପଯୋଗ କ୍ଷେତ୍ରରେ ବିଚାର ବିମର୍ଶ କରିବ।
ତେବେ ଗୋମାତା ସୁରକ୍ଷା, ଗୋଶାଳା ବୃଦ୍ଧି, ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ସରକାରଙ୍କ କାମଧେନୁ ଯୋଜନା ଆରମ୍ଭ ହୋଇଛି।
Comments are closed.