Latest Odisha News

BREAKING NEWS

ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ, ୪୦ରୁ ଅଧିକ ଗାଈ ଉଦ୍ଧାର

ଭଦ୍ରକ: ବେଆଇନ ଭାବେ ଚାଲାଣ ହେଉଥିବା ଗୋରୁ ବୋଝେଇ ୨ଟି ପିକଅପକୁ ଜବତ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ୨ଟି ପିକଅପ ଗାଡ଼ିରେ ୪୦ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ମଙ୍ଗଳବାର ଭୋର ସମୟରେ ୧୬ନଂ ଜାତୀୟ ରାଜପଥର ଚଣ୍ଡିଖୋଲ ଆଡୁ ଭଦ୍ରକକୁ ବେଆଇନ ଭାବେ ଗୋରୁ ବୋଝେଇ ପିକଅପ ଭ୍ୟାନ ଆସୁଥିଲା । ଏହି ଖବର କିଛି ସ୍ଥାନୀୟ ଲୋକ ପାଇ ଭଦ୍ରକ ଗେଲପୁର ଛକ ନିକଟରେ ପିକଅପ ଗାଡିକୁ ଅଟକାଇଥିଲେ । ଦୁଇଟି ଗାଡିକୁ ଅଟକ ରଖାଯାଇଥିବା  ବେଳେ ଆଉ ଦୁଇଟି ପିକଅପ୍ ଘଟଣାସ୍ଥଳରୁ ଖସିବାକୁ ସକ୍ଷମ ହୋଇଥିଲେ । ଦୁଇଟି ଗାଡିକୁ ଅଟକାଇ ସ୍ଥାନୀୟ ଲୋକ ପୋଲିସକୁ ହସ୍ତାନ୍ତର କରିଥିଲେ । ପୋଲିସ  ଘଟଣାସ୍ଥଳରେ ପହଞ୍ଚି ଗୋରୁ ଗୁଡିକ ଉଦ୍ଧାର କରିବା ସହ ଗାଡିକୁ ଜବତ କରି ଅଧିକ ତଦନ୍ତ ଚଳାଇଛି ।

Leave A Reply

Your email address will not be published.