Latest Odisha News

BREAKING NEWS

ଆଜିଠୁ ଖଣ୍ଡଗିରି-ଉଦୟଗିରି ମହୋତ୍ସବ; ଟ୍ରାଫିକ୍ କଟକଣା ଜାରି କଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର: ମାଘ ସପ୍ତମୀ ଠାରୁ ଖଣ୍ଡଗିରି ଠାରେ ଆରମ୍ଭ ହେଉଛି ଖଣ୍ଡଗିରି-ଉଦୟଗିରି ମହୋତ୍ସବ । ଏହି ମେଳା ଅବସରରେ ହେବାକୁ ଥିବା ପ୍ରବଳ ଭିଡକୁ ନଜରରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ଯାନବାହନ ଚଳାଚଳ ଉପରେ ସାମାନ୍ୟ କଟକଣା ଜାରି କରାଯାଇଛି ।

ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ ଆଡଭାଇଜରି ଜାରି କରାଯାଇଛି । ଯାହା ଫେବୃଆରୀ ୧ ତାରିଖ ଠାରୁ ୧ ତାରିଖ ଯାଏଁ ଲାଗୁ ରହିବ ।

ଜାଣନ୍ତୁ, କିପରି ରହିଛି ଟ୍ରାଫିକ୍ କଟକଣା…
  • ଖଣ୍ଡଗିରି ଛକରୁ ଜୟଦେବ ବିହାର ମଧ୍ୟରେ ଗାଡି ଚଳାଚଳ ସମ୍ପୂର୍ଣର୍ ନିଷେଧ
  • ଜାତୀୟ ରାଜପଥ କଡରେ କୌଣସି ଗାଡି ପାର୍କିଂ ହେବ ନାହିଁ । ଏହି ଅଞ୍ଚଳ ମଧ୍ୟରେ କେବଳ ପଦଯାତ୍ରୀ ଯାତ୍ରା କରିବେ ।
  • ହୋଟେଲ୍ ଖାରବେଳ ସମ୍ମୁଖରେ, ସୁଲଭ ଶୌଚାଳୟ କଡ ଏବଂ ଗ୍ରୀନ୍ ଆର୍ଥ ନର୍ସରୀ କଡ ରାସ୍ତାରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ଏଥିରେ ଉଭୟ ୨ ଚକିଆ ଯାନ ଓ ଚାରି ଚକିଆ ଯାନ ପାର୍କିଂ କରିପାରିବେ ।
  • ଖୋର୍ଦ୍ଧାରୁ କଟକ ଅଭିମୁଖେ ଯାଉଥିବା ଭାରୀଯାନ ଗୁଡିକ ପୀତାପଲ୍ଲୀ-ଚନ୍ଦକା-ବାରଙ୍ଗ ଦେଇ ବାଲିକୁଦାରେ ଜାତୀୟ ରାଜପଥ ଛୁଇଁବ ।
  • ସେହିପରି କଟକରୁ ଖୋର୍ଦ୍ଧା ଆସୁଥିବା ଭାରୀଯାନ ଗୁଡିକ ବାଲିକୁଦାରୁ ବାରଙ୍ଗ, ଚନ୍ଦକା ଦେଇ ପୀତାପଲ୍ଲୀରେ ପହଞ୍ଚିବ ।
Leave A Reply

Your email address will not be published.