Latest Odisha News

BREAKING NEWS

ଏବେ ସ୍କୁଲରେ ଛାତ୍ରଛାତ୍ରୀ ପଢିବେ ସମ୍ବିଧାନର ପାଠ !

ଭୁବନେଶ୍ୱର: ରାଜ୍ୟର ସମସ୍ତ ବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀଙ୍କୁ ପଢାଯିବ ସମ୍ବିଧାନର ପାଠ । ଯାହାଫଳରେ ସେମାନେ ନାଗରିକର ମୌଳିକ କର୍ତ୍ତ ବ୍ୟ ସମ୍ପର୍କରେ ସଚେତନ ହୋଇପାରିବେ ।

ସମ୍ବିଧାନର ୭୦ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଖୁବଶୀଘ୍ର କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ରାଜ୍ୟ ଗଣଶିକ୍ଷା ବିଭାଗ ।

ଏନେଇ ବିଭିନ୍ନ ସମୀକ୍ଷା, ଆଲୋଚନା କରିବା ପରେ ପିଲାମାନଙ୍କ ଲାଗି ବାର୍ଷିକ ପାଠ୍ୟ ଖସଡା ମଧ୍ୟ ପ୍ରସ୍ତୁତ କରାଯାଇଛି । ୨୦୨୦ ମସିହା ନଭେମ୍ବର ୨୬ ତାରିଖ ମଧ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ କରିବାକୁ ଏକପ୍ରକାର ଯୋଜନା ହୋଇଛି।

ଯେଉଁଥିପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ । ମୌଳିକ ଅଧିକାର ଭଳି ନାଗରିକମାନେ ମୌଳିକ କର୍ତ୍ତବ୍ୟ ବିଷୟରେ ଜାଣିବା ଏକାନ୍ତ ଆବଶ୍ୟକ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ସୂଚନାଯୋଗ୍ୟ, ସମ୍ବିଧାନର ଧାରା ୫୧(କ) ଅନୁସାରେ ନାଗରିକଙ୍କର ୧୧ଟି ମୌଳିକ କ ର୍ତ୍ତ ବ୍ୟ ରହିଛି । ସେଥିମଧ୍ୟରେ ସମ୍ବିଧାନ, ଜାତୀୟ ସଂଗୀତ ଓ ଜାତୀୟ ପତାକାକୁ ସମ୍ମାନ ଦେବା, ସ୍ୱାଧୀନତା ସଂଗ୍ରାମୀଙ୍କୁ ମନେ ପକାଇବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ, ଦେଶର ସାର୍ବଭୌମତ୍ୱ, ଏକତା ଏବଂ ସଂହତିର ସୁରକ୍ଷା କରିବା, ଆବଶ୍ୟକସ୍ଥଳେ ଜାତୀୟ ସ୍ୱାର୍ଥ ପାଇଁ ନିୟୋଜିତ ହେବା, ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଭାତୃଭାବ ବଜାୟ ରଖିବା, ସଂସ୍କୃତି, ଐତିହ୍ୟକୁ ସୁରକ୍ଷା ଦେବା, ଜଙ୍ଘଲ, ନଦୀ, ବନ୍ୟଜନ୍ତୁ ଭଳି ପ୍ରାକୃତିକ ସମ୍ପଦର ସୁରକ୍ଷା ଏବଂ ଜାତୀୟ ସମ୍ପତିର ସୁରକ୍ଷା ସାଙ୍ଗକୁ ହିଂସାରେ ସାମିଲ ନହେବା ଅନ୍ୟତମ । ଏସବୁ ବିଷୟରେ ପ୍ରାଥମିକ ସ୍ତରରୁ ପିଲାଙ୍କୁ ସଚେତନ କରିବା ଲାଗି ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ମଧ୍ୟ ପ୍ରୟାସ ଆରମ୍ଭ କରିଛି ।

Leave A Reply

Your email address will not be published.