Latest Odisha News

BREAKING NEWS

ତୃଣମୂଳ କଂଗ୍ରେସ ସହ ମେଣ୍ଟ କରିପାରେ ସିପିଏମ

କୋଲକାତା : ପଶ୍ଚିମବଙ୍ଗ ରାଜନୀତିରେ ଘଟିପାରେ ବଡ ଧରଣର ପରିବର୍ତ୍ତନ । ତୃଣମୂଳ କଂଗ୍ରେସ ସହ ମେଣ୍ଟ କରିପାରେ ଦୀର୍ଘ ଦିନ ଧରି କ୍ଷମତାରୁ ଦୂରରେ ଥିବା ସିପିଏମ । ଏନେଇ ସୂଚନା ଦେଇଛନ୍ତି ସିପିଏମ ରାଜ୍ୟ ସମ୍ପାଦକ ସୂର୍ଯ୍ୟକାନ୍ତ ମିଶ୍ର । ଏପରିକି ବିଜେପି ସହ ଟିଏମସିକୁ ତୁଳନା କରିବା ଅତୀତରେ ଦଳର ଏକ ଭୁଲ ଥିଲା ବୋଲି କହିଛନ୍ତି ସୂର୍ଯ୍ୟକାନ୍ତ । ବିଜେପିକୁ ଦୂରରେ ରଖିବା ଲାଗି ସମସ୍ତ ଦଳ ଏକାଠି ହେବା ଉପରେ ସେ ଗୁରୁତ୍ବ ଦେଇଛନ୍ତି ।

ଗତ ବିଧାନସଭା ନିର୍ବାଚନ ପ୍ରଚାର ବେଳେ ସିପିଏମ ପକ୍ଷରୁ ଏକ ସ୍ଲୋଗାନ ଦିଆଯାଇଥିଲା । ତାହାଥିଲା ବିଜେମୂଳକୁ ଦୂରରେ ରଖ । ଏହାର ଅର୍ଥ ଥିଲା ବିଜେପି ଓ ତୃଣମୂଳ କଂଗ୍ରେସ ଗୋଟିଏ ପ୍ରକାର ରାଜନୈତିକ ଦଳ । ଏବଂ ସେମାନଙ୍କୁ ଶାସନକୁ ନଆଣି ସିପିଏମକୁ କ୍ଷମତାକୁ ଆଣିବା । ମାତ୍ର ଏବେ ସିପିଏମ ଏହି ସ୍ଲୋଗାନ ଭୁଲ ଥିଲା ବୋଲି କହିବା ସହ ଟିଏମସି ଓ ସିପିଏମ ମିଳିତ ଭାବେ ଲଢିବା ଲାଗି ସୂଚନା ଦେଇଛନ୍ତି । ସେପଟେ ଟିଏମସି ମୁଖପାତ୍ର କୁନାଲ ଘୋଷ କହିଛନ୍ତି ବିଳମ୍ବରେ ହେଉ ପଛେ ସିପିଏମ ଏହା ହୃଦବୋଧ କରିଛି । ତେବେ ଏନେଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯାଇପାରେ ବୋଲି କହିଛି ଟିଏମସି । ଗତ ବୁଧବାର ଟିଏମସି ପକ୍ଷରୁ କୁହାଯାଇଥିଲା- ଦେଶରେ ବିଜେପିକୁ ଦୂରେଇ ରଖିବା ଲାଗି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ବରେ କଂଗ୍ରେସ ଓ ବାମପନ୍ଥୀ ଦଳ ଏକାଠି ହେବା ଦରକାର ।

Leave A Reply

Your email address will not be published.