Latest Odisha News

ଇସ୍ତଫା ଘୋଷଣା କଲେ ଭାରତୀୟ ମହିଳା ହକି କୋଚ ଶେର୍ଡ ମାରିନ

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଦଳର କୋଚ ଶେର୍ଡ ମାରିନ ତାଙ୍କ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି । ବ୍ରିଟେନ ବିପକ୍ଷ ବ୍ରୋଞ୍ଜ ପଦକ ମୁକାବିଲା ପୂର୍ବରୁ ଏହା ତାଙ୍କର ଶେଷ ମ୍ୟାଚ ହେବ ବୋଲି ଆଗୁଆ ଘୋଷଣା କରିଥିଲେ । ଭାରତ ଏହି ମ୍ୟାଚରେ ହାରିବା ସହ ମାରିନଙ୍କ କାର୍ଯ୍ୟକାଳ ମଧ୍ୟ ସମ୍ପୂର୍ଣ୍ଣ ହୋଇଛି । ତାଙ୍କରି ପ୍ରଶିକ୍ଷଣରେ ଭାରତ ଏଥର ପଦକ ପାଇ ନ ଥିଲେ ମଧ୍ୟ ଐତିହାସିକ ପ୍ରଦର୍ଶନ କରିଥିଲା ।

ସାଇ ପକ୍ଷରୁ ତାଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ମାରିନ ଏଥିରେ ରାଜି ହୋଇ ନାହାନ୍ତି । ତାଙ୍କ ସହକାରୀ ତଥା ଆନାଲାଟିକ କୋଚ ଜାନେକା ସ୍କୋପମାନଙ୍କ କାର୍ଯ୍ୟକାଳ ନେଇ କୌଣସି ନିଷ୍ପତି ଆସି ନାହିଁ ।

Leave A Reply

Your email address will not be published.