Latest Odisha News

BREAKING NEWS

ଭୁବନେଶ୍ବର ନାଇଜରକୁ ଡ୍ରୋନ ବ୍ୟବହାର ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଅନୁମତି

ଭୁବନେଶ୍ବର : ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ସଂସ୍ଥାନ ବା ନାଇଜର ପାଇଁ କୋହଳ ହେଲା ମାନବବିହୀନ ବିମାନ ବ୍ୟବସ୍ଥା (ୟୁଏଏସ) ନିୟମାବଳୀ । ବେସମାରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ବା ଡିଜିସିଏ ପକ୍ଷରୁ ଏ ସଂକ୍ରାନ୍ତରେ ଆବଶ୍ୟକ ଅନୁମତି ଦିଆଯାଇଛି ।

ସର୍ତ୍ତ କୋହଳ ହେବା ଫଳରେ କେନ୍ଦ୍ରୀୟ ସଂରକ୍ଷିତ କିର୍ତ୍ତୀରାଜୀ ଗୁଡ଼ିକର ସର୍ବେକ୍ଷଣ ଓ ଫଟୋଗ୍ରାମ୍ମେଟ୍ରୀ ପାଇଁ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ବା ଏଏସଆଇର ସହଭାଗିତାରେ ଡ୍ରୋନ ବ୍ୟବହାର କରାଯାଇପାରିବ । ନାଇଜରକୁ ଯେଉଁ ସବୁ ସ୍ଥାନରେ ଡ୍ରୋନ ବ୍ୟବହାର ପାଇଁ ଅନୁମତି ମିଳିଛି ସେଗୁଡ଼ିକ ହେଲା- ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର ଓ ରାଜାରାଣୀ ମନ୍ଦିର ।

ମଞ୍ଜୁରି ମିଳିବା ତାରିଖରୁ ବର୍ଷକ ପର୍ଯ୍ୟନ୍ତ କିମ୍ବା ଅନ୍ୟାଦେଶ ପର୍ଯ୍ୟନ୍ତ, ଏହି କୋହଳ ବ୍ୟବସ୍ଥା ଲାଗୁ ହେବ। ତେବେ ଏଥିରେ ଡିଜିସିଏ ଦ୍ବାରା ଜାରି କରାଯାଇଥିବା ଏସଓପିର ନିୟମ ଓ ସର୍ତ୍ତାବଳୀ ଲାଗୁ ହେବ । ପୂର୍ବରୁ ଚଳିତ ମାସ ଆରମ୍ଭରୁ ହିସାର, ପଞ୍ଚକୁଲା, ଅମ୍ବାଲା ସହରାଞ୍ଚଳରେ ଅମୃତ ସହର ଗୁଡ଼ିକର ବିକାଶ ପାଇଁ ଡାଟା ସଂଗ୍ରହ, ମ୍ୟାପିଂ ଓ ୱେବ ଆଧାରିତ ଜିଆଇଏସ ପ୍ଲାଟଫର୍ମକୁ କାର୍ଯ୍ୟକାରୀ କରିବା ଏବଂ ସମ୍ପତ୍ତି ଟିକସ ସଂଗ୍ରହ ପାଇଁ ହରିୟାଣାର ସହରାଞ୍ଚଳ ସ୍ଥାନୀୟ ପ୍ରଶାସନକୁ ଡ୍ରୋନ ବ୍ୟବହାର ପାଇଁ ମଞ୍ଜୁରି ମିଳିଥିଲା ।

Leave A Reply

Your email address will not be published.