Latest Odisha News

BREAKING NEWS

ଶ୍ରୀମନ୍ଦିର ରତ୍ନଭଣ୍ଡାର କାନ୍ଥରେ ଫାଟ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର କାନ୍ଥରେ ଫାଟ ସୃଷ୍ଟି ହୋଇଛି । ରତ୍ନଭଣ୍ଡାରର ଉତ୍ତର ପାଶ୍ୱର୍ରେ ଏହି ଫାଟ ହୋଇଥିବା ଦେଖିବାକୁ ମିଳିଛି । ଏଏସଆଇ ପକ୍ଷରୁ କରାଯାଇଥିବା ଲେଜର ସ୍କାନିଂରୁ ରିପୋର୍ଟ ତଥ୍ୟ ମିଳିଛି କି ରତ୍ନ ଭଣ୍ଡାରର କାନ୍ଥରେ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି । କାନ୍ଥରେ ଫାଟ ଯୋଗୁଁ ପାଣି ଜକାଉଥିବା ଅନୁମାନ କରାଯାଉଛି । ଗତ ନଭେମ୍ବର ୨୮ ଓ  ୨୯ ତାରିଖରେ  ୨ ଦିନ ଧରି ବାହାର ରତ୍ନ ଭଣ୍ଡାରର ଲେଜର ସ୍କାନିଂ ହୋଇଥିଲା । ସେତେବେଳେ କାନ୍ଥର ବିଭିନ୍ନ ସ୍ଥାନରେ ଫାଟ ହୋଇଥିଲା । ଯାହା ରିପୋର୍ଟରେ ଉଲ୍ଲେଖ କରିଛି ଏଏସଆଇ ।

ଏହାର ମରାମତି କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛି ଏଏସଆଇ । କାନ୍ଥରେ ଲଗାଯାଇଥିବା ଚୁନ ପଥରରେ କିଛି ସ୍ଥାନରେ ଫାଟ ସୃଷ୍ଟି ହୋଇଛି । ରତ୍ନ ଭଣ୍ଡାର ଏବଂ ଜଗମୋହନର ମଝି ଭାଗକୁ ଅଧିକ ମଜଭୁତ କରିବାର ଆବଶ୍ୟକତା ରହିଛି । ରତ୍ନ ଭଣ୍ଡାରର ବାହାର ତିନିଟି କାନ୍ଥରେ ପ୍ଲାଷ୍ଟର କରିବା ପରେ ଯଦି କିଛି ବଡ଼ ଫାଟ ଦେଖିବାକୁ ମିଳେ, ତେବେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଏଏସଆଇ କହିଛି । ଏସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଏସଏସଆଇ କହିଛି ।

ଏଏସଆଇ ପକ୍ଷରୁ ୪୯ଟି ପଏଂଟର ହୋଇଥିଲା ଲେଜର ସ୍କାନିଂ । ଆଜି ବସିଥିବା ପରିଚାଳନା କମିଟି ବୈଠକରେ ଗଜପତି ମହାରାଜାଙ୍କୁ ଏହି ସ୍କାନିଂ ରିପୋର୍ଟ ପ୍ରଦାନ କରାଯାଇଛି । ଆଜି ବସିଥିବା ପରିଚାଳନା କମିଟି ବୈଠକରେ ରତ୍ନ ଭଣ୍ଡାର ବାହାର କାନ୍ଥ ଓ ଚୂଳ ଉପରେ ହୋଇଥିବା ଲେଜର ସ୍କାନିଂ ରିପୋର୍ଟ ଉପସ୍ଥାପନ ହୋଇଥିଲା ।

 

Leave A Reply

Your email address will not be published.