Latest Odisha News

BREAKING NEWS

ପଞ୍ଜାବରେ ବନ୍ଧୁକ ପରମ୍ପରା ଉପରେ ଚଢ଼ାଉ ଜାରି; କ୍ୟାନ୍‌ସଲ ହେଲାଣି ୨୦୦୦ ଆର୍ମ ଲାଇସେନ୍ସ

ଚଣ୍ଡିଗଡ଼: ପଞ୍ଜାବରେ ଆମେରିକା ଭଳି କଥା କଥାକେ ଫୁଟୁଛି ଗୁଳି। ଯାହାକୁ ନେଇ ଅନେକ ସମୟରେ ପଞ୍ଜାବ ବଦନାମ ବି ହୋଇଛି। ରାଜ୍ୟରେ ବନ୍ଧୁକ ପରମ୍ପରା ବନ୍ଦ କରିବାକୁ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ରଜ୍ୟସାରା ଚଢ଼ାଉ ଜାରି ରହିଛି। କେବଳ ରବିବାର ପଞ୍ଜାବରେ ୮୧୩ ଜଣଙ୍କର ବନ୍ଧୁକ ଲାଇସେନ୍ସ ରଦ୍ଦ କରାଯାଇଛି।

BjdElectrycity

କ୍ୟାନ୍‌ସଲ ହୋଇଥିବା ଲାଇସେନ୍ସ ମଧ୍ୟରୁ ୮୭ଟି ଲୁଧିଆନାରୁ, ୪୮ଟି ଶହୀଦ ଭାଗତ ସିଂହ ନଗରରୁ, ଗୁରୁଦାସପୁରରୁ ୧୦, ଫରିଦକୋଟରୁ ୮୪, ପଠାନକୋଟରୁ ୧୯୯, ହୋଶିଆପୁର ୪୭, କପୁରତାଲାରୁ ୬, ଏସ୍‌ଏଏସ୍ କସ୍‌ବା ୨୩୫ ଏବଂ ସଙ୍ଗରୁର ୧୬ ଟି ଲାଇସେନ୍ସ କ୍ୟାନସଲ ହୋଇଛି।

ଅମୃତଶର କମିଶନରେଟ୍‌ରୁ ୨୭, ଜଳନ୍ଧରର କମିଶନରେଟରୁ ୧୧ ଏବଂ ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ଲାଇସେନ୍ସ ରଦ୍ଦ ହୋଇଛି। ବର୍ତ୍ତମାନ ସୁଧା ପଞ୍ଜାବ ସରକାର ରାଜ୍ୟରେ ୨୦୦୦ ଆର୍ମ ଲାଇସେନ୍ସ କ୍ୟାନ୍‌ସଲ କରିସାରିଲେଣି।

ତେବେ ବନ୍ଧୁକ ରଖିବାକୁ ନିର୍ଦ୍ଦିଷ୍ଟ ନିୟମ ରହିବ। ସର୍ବସାଧାରଣ କାର୍ଯ୍ୟକ୍ରମ, ଧାର୍ମିକ ସ୍ଥାନ, ବିବାହ କାର୍ଯ୍ୟ ଓ ପଞ୍ଜାବରେ କୌଣସି ଅନ୍ୟ ସାଧାରଣ କାର୍ଯ୍ୟକ୍ରମରେ ବନ୍ଧୁକ ଦେଖାଇବା ବ୍ୟାନ୍ କରାଯାଇଛି। ଏନେଇ ପୁଲିସ ନିୟମିତ ତଦାରଖ୍ କରିବ ବୋଲି ପଞ୍ଜାବ ସରକାର କହିଛନ୍ତି।

ଫରିଦ କୋର୍ଟରେ ବାରମ୍ବାର ବନ୍ଧୁକ ଆକ୍ରମଣ ଘଟି ଆଇନ ଶୃଙ୍ଖଳା ନଷ୍ଟ କରୁଥିବାରୁ ରାଜ୍ୟ ସରକାର ଏହି ଚଢ଼ାଉ କରିଛନ୍ତି। ସୂଚନା ଥାଉକି ପଞ୍ଜାବରେ ୩,୭୩,୦୫୩ ବନ୍ଧୁକ ଆର୍ମ ଲାଇସେନ୍ସ ରହିଛି। ଏଗୁଡିକ ବିରୋଧରେ ନିୟମିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପଞ୍ଜାବ ସରକାର କହିଛନ୍ତି।

Leave A Reply

Your email address will not be published.