Latest Odisha News

BREAKING NEWS

ଗାୟକଙ୍କ ଉପରେ ଟଙ୍କା ବର୍ଷା କଲେ ଦର୍ଶକ

ଗାୟକଙ୍କ ଉପରେ ଟଙ୍କା ବର୍ଷା । ଏହା ଶୁଣିଲେ ଟିକେ ଖଟକା ଲାଗିପାରେ । ଏବେ ଏପରି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଗୁଜରାଟରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ।

BjdElectrycity

ଗୁଜରାଟର ଭାଲସାଡ଼ ଅଞ୍ଚଳରେ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ଜଣାଶୁଣା ଗାୟକ କିର୍ତ୍ତୀଦାନି ଗଡ଼ଭି ଏକ ଭଜନ ପରିବେଷଣ କରିଥିଲେ । ତାଙ୍କର ଭଜନ ଶୁଣିବା ପରେ ଦର୍ଶକ ମନ୍ତ୍ରମୁଗ୍ଧ ହୋଇ ତାଙ୍କ ଉପରେ ଟଙ୍କା ବର୍ଷା କରିଥିଲେ । ଦର୍ଶକ ୧୦ ଟଙ୍କିଆ ନୋଟରୁ ଆରମ୍ଭ କରି ୨୦, ୫୦, ୧୦୦ ଏବଂ ୫୦୦ ଟଙ୍କିଆ ନୋଟ ତାଙ୍କ ଉପରେ ପକାଉଥିବା ଦେଖିବାକୁ ମିଳିଛି ।
କଣ୍ଠଶିଳ୍ପୀ କିର୍ତ୍ତୀଦାନିଙ୍କ ଉପରେ ଟଙ୍କା ବର୍ଷା ନୂଆ ନୁହେଁ । ସେହିପରି ଗତ ବର୍ଷ ଗୁଜରାଟର ନାଭସାରୀର ସୁପା ଗ୍ରାମରେ ଏକ ଭଜନ କାର୍ଯ୍ୟକ୍ରମରେ ତାଙ୍କ ଉପରେ ଏପରି ଟଙ୍କା ବର୍ଷା କରାଯାଇଥିଲା । ପରେ ଜଣାପଡ଼ିଥିଲା ଯେ ଦର୍ଶକ ତାଙ୍କ ଉପରେ ୫୦ଲକ୍ଷରୁ ଅଧିକ ଟଙ୍କା ବର୍ଷା କରିଥିଲେ ।

 

Leave A Reply

Your email address will not be published.