Latest Odisha News

BREAKING NEWS

ବରଫପାତରେ ଫସିଥିଲେ ପାଖାପାଖି ୪୦୦ ପର୍ଯ୍ୟଟକ; ଉଦ୍ଧାର କଲା ସେନା

ଗ୍ୟାଙ୍ଗଟକ୍: ସିକ୍କିମର ନାଥୁଲା ଓ ତ୍ସୋମଗୋ ହ୍ରଦରୁ ଫେରୁଥିବା ବେଳେ ପ୍ରବଳ ବରଫପାତ ଯୋଗୁ ଫସିଥିବା ୪୦୦ ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ଭାରତୀୟ ସେନା। ଶନିବାର ନାଥୁଲା ଓ ତ୍ସୋମଗୋ ହ୍ରଦରୁ  ପାଖାପାଖି ୧୦୦ଟି ଗାଡ଼ି ଫେରୁଥିବା ବେଳେ ଅଧା ରାସ୍ତାରେ ପ୍ରବଳ ବରଫପାତ ହୋଇଥିଲା। ଫଳରେ ଗାଡ଼ିଗୁଡ଼ିକ ଫସି ରହିଥିଲେ। ଖବର ପାଇବା ପରେ ସିକ୍କିମ ସରକାରଙ୍କ ପକ୍ଷରୁ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା।

BjdElectrycity

ତ୍ରିଶକ୍ତି କର୍ପସର ସେନା, ସିଭିଲ ପୁଲିସ ଓ ସିଭିଲ ପ୍ରଶାସନର ମିଳିତ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ ପାଇଁ ଆରମ୍ଭ ହୋଇଥିଲା ଅପରେଶନ ହିମରାହତ। ମାର୍ଚ୍ଚ ୧୧ ତାରିଖ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଏହାପରେ ସମସ୍ତ ପର୍ଯ୍ୟଟକଙ୍କୁ ଉଦ୍ଧାର କରି ସୁରକ୍ଷି ସ୍ଥାନକୁ ନିଆଯାଇଥିଲା। ସେଠାରେ ତାଙ୍କୁ ରହିବାକୁ ଟେଣ୍ଟ, ମେଡିକାଲ ସରଞ୍ଜାମ ଦିଆଯିବ ସହିତ ଗରମ ପୋଷାକ  ଦିଆଯାଇଥିଲା।

ଉଦ୍ଧାର ହୋଇଥିବା ପର୍ଯ୍ୟଟକଙ୍କ ମଧ୍ୟରେ ୧୭୮ ପୁରୁଷ, ୧୪୨ ମହିଳା ଓ ୫୦ ଜଣ ଛୋଟପିଲା ରହିଛନ୍ତି ବୋଲି ପ୍ରଶାସନ ସୂଚନା ଦେଇଛି। ରବିବାର ସକାଳ ହେବା ପରେ ରାସ୍ତା ଖୋଲିଥିଲା। ଡ୍ରୋଜର ସାହାଯ୍ୟରେ ବରଫ ସଫା କରି ରାସ୍ତା ସଫା କରାଯିବା ପରେ ପର୍ଯ୍ୟଟକଙ୍କୁ ସକାଳ ୯ଟା ବେଳେ ଗ୍ୟାଙ୍ଗଟକ୍ ଅଣାଯାଇଥିଲା।

 

Leave A Reply

Your email address will not be published.