Latest Odisha News

BREAKING NEWS

ବୌଦ୍ଧରେ ବାଣ ବିସ୍ଫୋରଣ ଘଟଣା; ବନ୍ଧାହେଲେ ୫ଅଭିଯୁକ୍ତ

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଜିଆକଟାରେ ବାଣ ଥିବା ଏକ ଗୋଦାମରେ ଗତ ରବିବାର ଘଟିଥିବା ବଡ଼ଧରଣର ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ସଂପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ବୌଦ୍ଧ ପୋଲିସ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ପୁରୁଣାକଟକ ଥାନା ଜିଆକଟାର କେଳୁ ବେହେରାଙ୍କ ପୁଅ ମାଗିରାମ ବେହେରା (୬୦), ଲକ୍ଷ୍ମୀଧର ପରିଡ଼ାଙ୍କ ପୁଅ କାହ୍ନୁ ପରିଡ଼ା (୨୫), କୁଆକଣ୍ଟାର ଆଲୋକ କାନ୍ତି, ପୁରୁଣାକଟକର ଲକ୍ଷ୍ମୀଧର ପରିଡ଼ା (୬୦) ଓ ମହେଶ୍ବର ସାହୁଙ୍କ ପୁଅ ପ୍ରଶାନ୍ତ ସାହୁ (୩୮)।

ପୋଲିସ ସାମ୍ବାଦିକ ସମ୍ମିଳନୀରେ କହିଛି ଯେ, ଚଢ଼ାଉ ସମୟରେ ପୋଲିସକୁ ବିପୁଳ ପରିମାଣର ବାଣ ମିଳିଛି। କଲେଜ ଛକ, ରୁଗୁଡ଼ିପାଲି, ଏସ୍‌ବିଆଇ କଲୋନି ସମ୍ମୁଖ ଏକ ଭଡ଼ା ଘର ଏବଂ ଅଭିଯୁକ୍ତ ଆଲୋକର ଘରୁ ବାଣ ଜବତ ହୋଇଛି।

ସୂଚନାଥାଉକି, ଗତ ୨୧ ତାରିଖ ଦିନ ପୂର୍ବାହ୍‌ଣ ୯ଟା ୩୦ରୁ ୧୦ଟା ୩୦ ମଧ୍ୟରେ ଜିଆକଟାସ୍ଥିତ ଏକ ବେଆଇନ ବାଣ ଗୋଦାମରେ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୦ ଜଣ ଗୁରୁତର ହୋଇଥିଲେ।

Comments are closed.