Latest Odisha News

BREAKING NEWS

ବାଣ ବୋଝେଇ ଗାଡିରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଲୋକେ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କାଳୀପୂଜା ବିସର୍ଜନ ସମାରୋହ ଅବସରରେ ଏକ ବାଣ ବୋଝେଇ ମିନି ଟ୍ରକରେ କୌଣସି କାରଣବଶତଃ ନିଆଁ ଲାଗିଯାଇଛି । ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ପ୍ରାପ୍ତ ସୂଚନାନୁଯାୟୀ ହେମସୁରପଡା ସ୍ଥିତ ଡିଆଇସି ଛକ ନିକଟରେ ବିସର୍ଜନ ସମାରୋହରେ ଶ୍ରଦ୍ଧାଳୁମାନେ ଧୁମଧାମରେ ବାଣ ଫୁଟାଉଥିଲେ । ଏହି ସମୟରେ ଦୁର୍ଭାଗ୍ୟବଶତଃ ନିଆଁର କିଛି ଅଂଶ ଉକ୍ତ ବାଣ ବୋଝେଇ ମିନି ଟ୍ରକରେ ପଡିଯିବାରୁ ଅଗ୍ନିକାଣ୍ଡ ଘଟିଥିଲା । ଏହାକୁ ଦେଖି ସ୍ଥାନୀୟ ଲୋକମାନେ ଜୀବନ ବିକଳରେ ଦୌଡି ପଳାଇଥିଲେ ।

ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଗାଡିଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇନଥିବା ଜଣାପଡିଛି ।

ତେବେ ଏନେଇ ତଦନ୍ତ ଆରମ୍ଭ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.