Latest Odisha News

BREAKING NEWS

ଭୁବନେଶ୍ୱରରେ ସିରିଜ୍ ଦୁର୍ଘଟଣା; ୪ ଆହତ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଏୟାରପୋର୍ଟ ଛକରେ ରବିବାର ଘଟିଥିବା ସିରିଜ ଦୁର୍ଘଟଣାରେ ୪ଜଣ ବ୍ୟକ୍ତି ଆହତ ହୋଇଛନ୍ତି।

ମିଳିଥିବା ସୂତ୍ରରୁ ପ୍ରକାଶ, ଏକ ବୋଲେରୋ ଗାଡି ଗୋଟିଏ ସ୍କୋର୍ପିଓକୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହେଉଥିବା ବେଳେ ଗୋଟିଏ ବାଇକ, ସ୍କୁଟି ଓ  ରିକ୍ସାକୁ ଧକ୍କା ଦେଇଥିଲା।

ପରେ ଆହତମାନଙ୍କୁ ଚିକିତ୍ସା ନିମନ୍ତେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହି ସଡ଼କ ଦୁର୍ଘଟଣାରେ ପୋଲିସ ୩ ଜଣକୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଏହାବ୍ୟତିତ ଗାଡି ଚାଳକଙ୍କର ଆଲକହଲ୍ ଟେଷ୍ଟିଂ କରାଯାଉଥିବା ନେଇ ସୁତ୍ରରୁ ପ୍ରକାଶ।

Leave A Reply

Your email address will not be published.