Latest Odisha News

ବୈବାହିକ ଜୀବନ ସୁନ୍ଦର କରିବା ପାଇଁ କରନ୍ତୁ ଏହି ଉପାୟ, ଆସିବନି ଦୂରତା…

ସ୍ବାମୀ-ସ୍ତ୍ରୀ ସମ୍ପର୍କ ଅତୁଟ ଓ ଯୁଗ ଯୁଗର ବୋଲି କୁହାଯାଏ। ହେଲେ ଆଜିକାଲି ସାମାନ୍ୟ କାରଣ ପାଇଁ ଏହି ସମ୍ପର୍କରେ ତିକ୍ତତା ଦେଖିବାକୁ ମିଳେ। ବୈବାହିକ ଜୀବନକୁ ସୁଖମୟ ଓ ସୁନ୍ଦର କରିବାକୁ ସମସ୍ତେ ଚେଷ୍ଟା କରିଥାନ୍ତି। ହେଲେ ବର୍ତ୍ତମାନ ସମୟରେ କୌଣସି ନା କୌଣସି କାରଣରୁ ଏହି ସମ୍ପର୍କ ବହୁ କମ୍‌ ସମୟରେ ଭାଙ୍ଗିଯାଉଥିବା ଦେଖିବାକୁ ମିଳୁଛି। କାରଣ ସମୟ ଅଭାବ ଏବଂ ବୁଝାମଣାର ମଧ୍ୟ ଅଭାବ। ଯଦି ଆପଣ ମଧ୍ୟ ଆପଣଙ୍କର ସମ୍ପର୍କରେ ପାରସ୍ପରିକ ବୁଝାମଣା ବଜାୟ ରଖିବାକୁ ଚାହୁଁଛନ୍ତି, ତେବେ ଆପଣ ଏହି ସମସ୍ତ ଟିପ୍ସ ଅନୁସରଣ କରିପାରିବେ। ଏହି ସମସ୍ତ ଟିପ୍ସ ଆପଣଙ୍କ ସମ୍ପର୍କକୁ ମଜଭୁତ କରିବାରେ ସାହାଯ୍ୟ କରିବ।

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ମୂଲ୍ୟବାନ, କିନ୍ତୁ ପାରସ୍ପରିକ ବୁଝାମଣାର ଅଭାବ ହେତୁ ସମ୍ପର୍କ ଭାଙ୍ଗିବାର ପଥରେ ଆସିଥାଏ। ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସ୍ୱାମୀ ଏବଂ ସ୍ତ୍ରୀ ପରସ୍ପରର ଭାବନା ବୁଝିବା ଉଚିତ୍। ଆମେ ଉଭୟଙ୍କର କଥା ଧ୍ୟାନ ଦେଇ ଶୁଣିବା ଏବଂ ପରସ୍ପର ସହିତ ମନ ଖୋଲା କରି କଥା ହେବା ଉଚିତ୍। ଯଦି ଦୁହିଁଙ୍କ ମଧ୍ୟରେ କୌଣସି ଭୁଲ ବୁଝାମଣା ଅଛି, ତେବେ ଉଭୟ ଏକାଠି ବସି ଏହାର ସମାଧାନ କରିବା ଏବଂ ପ୍ରତ୍ୟେକ ଦିନ ପରସ୍ପର ପାଇଁ କିଛି ସମୟ ବାହାର କରିବା ଉଚିତ।

ପରସ୍ପରକୁ ସମ୍ମାନ ଦେବା ଏବଂ ଯଦି କୌଣସି ଭୁଲ ହୁଏ, ତେବେ ଦୁଇଜଣଙ୍କ ମଧ୍ୟରୁ ଜଣେ କ୍ଷମା ମାଗି ସେହି କଥାକୁ ଶେଷ କରିବା ଉଚିତ୍। ଦୁହେଁ ପରସ୍ପରଙ୍କର ଦୁର୍ବଳତାକୁ ଗ୍ରହଣ କରିବା ଉଚିତ। ପରସ୍ପର ଉପରେ ବିଶ୍ୱାସ କରନ୍ତୁ ଏବଂ ଆପଣଙ୍କ ସାଥୀଙ୍କ ସହିତ ସଚ୍ଚୋଟ ରୁହନ୍ତୁ। ଏହି ସମସ୍ତ ଜିନିଷକୁ ଧ୍ୟାନରେ ରଖି ଆପଣ ଉଭୟଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା ସୃଷ୍ଟି କରିପାରିବେ।

ତେବେ ବୈବାହିକ ଜୀବନକୁ ସୁଖମୟ କରିବା ପାଇଁ ବାସ୍ତୁଶାସ୍ତ୍ରରେ ବିଭିନ୍ନ ଉପାୟମାନ ରହିଛି। ବାସ୍ତୁ ଶାସ୍ତ୍ର ଅନୁସାରେ ଫେଙ୍ଗ୍‌ ଶୁଇ ବତକ ଯୋଡିର ମାନ୍ୟତା ରହିଛି। ଏହା ଆମ ଜୀବନରେ ପରିବର୍ତ୍ତନ ଆଣିବା ସହ ସକାରତ୍ମକ ଭାବନା ଜାଗ୍ରତ କରିଥାଏ। କୁହାଯାଏ ଯଦି ବତକ ଯୋଡ଼ି ମଧ୍ୟରୁ ଜଣେ ସାଥୀର ମୃତ୍ୟୁ ହୋଇଯାଏ ତେବେ ଅନ୍ୟ ସାଥୀ ଜଣକ ବେଶୀଦିନ ବଞ୍ଚି ରହିପାରେ ନାହିଁ। ତେଣୁ ଏହି ବତକ ଯୋଡିକୁ ଫେଙ୍ଗ୍‌ ଶୁଇରେ ପ୍ରେମର ପ୍ରତୀକ ଭାବେ ବିଶ୍ୱାସ କରାଯାଏ। ଏହି ବତକ ଯୋଡିକୁ ଘରେ ରଖିଲେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସୁମଧୁର ସମ୍ପର୍କ ସ୍ଥାପନ ହେବା ସହ ବୈବାହିକ ଜୀବନ ସୁଖମୟ ହୋଇଥାଏ।

Leave A Reply

Your email address will not be published.