Latest Odisha News

BREAKING NEWS

ସ୍ଵର୍ଗଦ୍ୱାରରେ ଶବଦାହ କଟକଣା; ଅକ୍ଟୋବର ୩୧ ଯାଏଁ ବଢ଼ିଲା ଅବଧି

ପୁରୀ: ପୁରୀ ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାରର ଶବ ଦାହ ଓ ମହୋଦଧି ରେ ଅସ୍ଥି ବିସର୍ଜନ ନକରିବା ନେଇ ପ୍ରଶାସନ ପକ୍ଷରୁ କରାଯାଇଥିବା କଟକଣାକୁ ଆଉ ଏକ ମାସ ବୃଦ୍ଧି କରାଯାଇଛି ।

ଆଜିଠାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲାଗୁହୋଇଥିବା ବେଳେ ଜିଲ୍ଲାର ସମସ୍ତ ତହସିଲଦାର ଓ ପୋଲିସ ଙ୍କୁ ବାହାର ରାଜ୍ୟ କିମ୍ବା ଜିଲ୍ଲାରୁ ଶବ ନେଇ ପୁରୀ ସ୍ୱର୍ଗଦ୍ୱାର ଆସୁଥିବା ଗାଡି ଉପରେ କଟକଣା ଲଗେଇବାକୁ ଜିଲ୍ଲା ପ୍ରଶାସନ ନିର୍ଦେଶ ଜାରି କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ପୁରୀରେ ୧୦,୨୧୧ଟି କୋଭିଡ ସକରାତ୍ମକ ମାମଲା ରହିଥିବା ବେଳେ ପୁରୀ ମ୍ୟୁନିସିପାଲିଟିରେ ୩୩୯୬ ଟି ମାମଲା ରହିଛି । ଯାହା ମୋଟ ମାମଲାର ୩୩ % ଅଟେ।

Leave A Reply

Your email address will not be published.