Latest Odisha News

BREAKING NEWS

ଆଇପିଏଲର ୫୦୦୦ ରନ କ୍ଲବରେ ହିଟମ୍ୟାନ ରୋହିତ

ଆବୁଧାବି: ଇଣ୍ଡିଆନ ପ୍ରିମିୟର ଲିଗରେ ହିଟମ୍ୟାନ ଭାବେ ପରିଚିତ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ୫୦୦୦ ରନ କ୍ଲବରେ ସାମିଲ ହୋଇଛନ୍ତି । ଆଇପିଏଲର ୧୩ତମ ସଂସ୍କରଣର କିଙ୍ଗ୍‌ସ ଇଲେଭନ ପଞ୍ଜାବ ବିପକ୍ଷରେ ସେ ଏହି ସଫଳତା ହାସଲ କରିଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ଓ ସୁରେଶ ରାଇନାଙ୍କ ପରେ ସେ ଏହି ମାଇଲଖୁଂଟ ହାସଲ କରିଛନ୍ତି ।

ମହମ୍ମଦ ସାମିଙ୍କୁ ଚୌକା ମାରି ରୋହିତ ଏହି ସଫଳତା ହାତେଇଥିଲେ । ରୋହିତ ଏହା ପୂର୍ବରୁ ୧୯୧ ମ୍ୟାଚରୁ ୪୯୯୮ ରନ ସଂଗ୍ରହ କରିଥିଲେ । ଆଇପିଏଲରେ ସର୍ବାଧିକ ରନ ସଂଗ୍ରହରେ କୋହଲି (୫୪୩୦) ରହିଛନ୍ତି । ତାଙ୍କ ପଛକୁ ସୁରେଶ ରାଇନା ୫୩୬୮ ରନ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

Leave A Reply

Your email address will not be published.