Latest Odisha News

ରାଜ୍ୟଗୋଷ୍ଠୀ କ୍ରୀଡାକୁ ଫେରିବ ହକି, କ୍ରିକେଟ

ନୂଆଦିଲ୍ଲୀ: ଭାରତରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜିତ ହେବ । ଏହି ସଂସ୍କରଣରେ କ୍ରିକେଟ ଓ ହକି ଖେଳ ଫେରିବା ଏକପ୍ରକାର ନିଶ୍ଚିତ ହୋଇଛି । କ୍ରୀଡା ମନ୍ତ୍ରୀ ମନସୁଖ ମାଣ୍ଡବିୟା ଏ ନେଇ ସୂଚନା ପ୍ରଦାନ କରିଛନ୍ତି । ଅହମ୍ମଦାବାଦରେ ହେବାକୁ ଥିବା ଏହି ମେଗା ଇଭେଂଟ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଭାରତର ପାରମ୍ପାରିକ ଖେଳ କବାଡୀ, ମାଲଖମ୍ବ ଓ ଖୋ ଖୋ ମଧ୍ୟରୁ ୨ଟି କ୍ରୀଡାକୁ ସାମିଲ କରିବା ପାଇଁ ବିଚାର ଚାଲିଛି ବୋଲି ସେ କହିଛନ୍ତି । ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡାରେ କ୍ରିକେଟ ଓ ହକିକୁ ବାଦ ଦିଆ ଯାଇଥିଲା । ଯାହାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଥିଲା ।

୨୦୩୦ ଗେମ୍ସରେ ୧୭ଟି କ୍ରୀଡା ସାମିଲ ହେବ । ଭାରତ ୨୦ ବର୍ଷ ପରେ ପୂନର୍ବାର ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜନ କରିବାକୁ ଯାଉଛି । ୨୦୧୦ରେ ଏହି ମେଗା ଇଭେଂଟ ଭାରତରେ ସଫଳତା ସହକାରେ ଆୟୋଜିତ ହୋଇଥିଲା । ଏଥର ଭାରତ ଏହାକୁ ଭବ୍ୟ ଭାବେ ଆୟୋଜନ କରିବା ପାଇଁ ୨୩ ମନ୍ତ୍ରଣାଳୟକୁ ଦାୟିତ୍ୱ ଦେଇଛି । ୨୦୩୬ ଅଲିମ୍ପିକ୍ସ ଆୟୋଜୟ ରେସରେ ଭାରତ ରହିଥିବାରୁ ଏହା ମାଧ୍ୟମରେ ପ୍ରଭାବିତ କରିବା ଲକ୍ଷ୍ୟରେ ରହିଛି ।

Leave A Reply

Your email address will not be published.