Latest Odisha News

BREAKING NEWS

ଓ୍ୱାଲର୍ଡ ଟେଷ୍ଟ ଚାମ୍ପିଅନସିପ୍ ଦେଖି ଭୁବନେଶ୍ୱର କୁମାରଙ୍କୁ ମନେ ପକାଇଲେ ଫ୍ୟାନ୍, କାହିଁକି ?

ସାଉଥମ୍ପଟନ: ଭାରତ-ନ୍ୟୁଜିଲାଣ୍ଡ ଭିତରେ ସାଉଥମ୍ପଟନରେ ଖେଳାଯାଉଛି ଓ୍ୱାଲର୍ଡ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ । ଭାରତ ପ୍ରଥମ ଇନିଂସରେ ମାତ୍ର ୨୧୭ ରନରେ ଅଲଆଉଟ୍ ହୋଇଛି । ଅନ୍ୟପଟେ ଇଂଲଣ୍ଡ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଗୋଟିଏ ଓ୍ୱିତକେଟ ହରାଇ ୧୦୧ କରିଛି । ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଫାଷ୍ଟ ବୋଲିଂ ଦେଖି କ୍ରିକେଟ ଫ୍ୟାନ୍ ଭୁବନେଶ୍ୱର କୁମାରଙ୍କୁ ମନେ ପକାଇଛନ୍ତି ।

ଟ୍ୱିଟରରେ ଭୁବନେଶ୍ୱର କୁମାରଙ୍କୁ ନେଇ ଟ୍ରେଣ୍ଡ ବି କରିଛି । ଇଂଲଣ୍ଡର ଅନୁକୂଳ ପରିବେଶରେ ସ୍ୱିଇଂ କିଙ୍ଗ ଭୁବନେଶ୍ୱରଙ୍କୁ ଭାରି ମିସ୍ କରିଛନ୍ତି ଫ୍ୟାନ୍ । ଭାରତୀୟ ବୋଲର ସୁଇଂ କରିବାରେ ଫେଲ୍ ମାରିବା ଦେଖି ଭୁବିଙ୍କୁ ମନେ ପକାଇଛନ୍ତି ।

ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ବୋଲର ୭୦-୮- ଓଭର ପୁରୁଣା ବଲର ବି ସୁଇଂ କରୁଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଭୋରତୀୟ ସ୍ପିଡ୍ ଷ୍ଟର ଯଶପ୍ରୀତ ବୁମରାହ, ଇଶାନ୍ତ ଶର୍ମା ଓ ମହମ୍ମଦ ସାମି ସଫଳ ହେଲେ ନାହିଁ । ଏହାର ଫାଇଦା ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ପାଇଛନ୍ତି ।

ଇଂଲଣ୍ଡ ମାଟିରେ ଭୁବନେଶ୍ୱର କୁମାରଙ୍କ ଭଲ ରେକର୍ଡ ରହିଛି । ୨୦୧୪ରେ ଇଂଲଣ୍ଡ ଗସ୍ତରେ ୫ଟି ଟେଷ୍ଟ ଖେଳି ୧୯ଟି ଓ୍ୱିକେଟ ନେଇଥିଲେ ଭୁବନେଶ୍ୱର କୁମାର । ଦୁଇ ଥର ପାଞ୍ଚଟି ଲେଖାଏ ଓ୍ୱିକେଟ ହାସଲ କରିଥିଲେ । ବୋଲିଂ ସହ ଟେଷ୍ଟ ସିରିଜରେ ଭଲ ବ୍ୟାଟିଂ ବି କରିଥିଲେ ଭୁବନେଶ୍ୱର କୁମାର । ତିନିଟି ଅର୍ଦ୍ଧଶତକ କରିଥିଲେ । ଏଥର ଓ୍ୱାଲର୍ଡ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ତାଙ୍କର ଯାଦୁଗରୀ ସୁଇଂକୁ ଭାରି ମିସ୍ କରୁଛନ୍ତି ଫ୍ୟାନ୍ ।

Leave A Reply

Your email address will not be published.