Latest Odisha News

BREAKING NEWS

କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର, ବାରବାଟୀକୁ ଖୁବ୍ ଶୀଘ୍ର ଫେରୁଛି ଆନ୍ତର୍ଜାତୀୟ କ୍ରିକେଟ

ଭୁବନେଶ୍ୱର: ଓଡିଶା କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ଖୁବ୍ ଶୀଘ୍ର କଟକ ବାରବାଟୀ ଷ୍ଟାଡିୟମକୁ ଫେରୁଛି ଆନ୍ତର୍ଜାତୀୟ କ୍ରିକେଟ । ୱେଷ୍ଟଇଣ୍ଡିଜର ଭାରତ ଗସ୍ତ ଅବସରରେ ଆସନ୍ତା ବର୍ଷ ଫେବୃୟାରୀ ୧୫ରେ ବାରବାଟୀରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ । ଓଡିଶା କ୍ରିକେଟ ଆସୋସିଏଶନ ସମ୍ପାଦକ ସଞ୍ଜୟ ବେହେରା ଏ ନେଇ ସୂଚନା ଦେଇଛନ୍ତି । ସୋମବାର ବିସିସିଆଇ ଆପେକ୍ସ କାଉନ୍ସିଲ ବୈଠକରେ ଏ ନେଇ ନିଷ୍ପତି ନିଆଯାଇଛି । ୱେଷ୍ଟଇଣ୍ଡିଜ ଏହି ଗସ୍ତରେ ୩ଟି ଦିନିକିଆ ଓ ୩ଟି ଟି୨୦ ମ୍ୟାଚ ଖେଳିବ ।

ଭାରତ-ୱେଷ୍ଟଇଣ୍ଡିଜ କାର୍ଯ୍ୟସୂଚୀ
ପ୍ରଥମ ଦିନିକିଆ: ଅହମ୍ମଦାବାଦ, ଫେବୃୟାରୀ ୬
ଦ୍ୱିତୀୟ ଦିନିକିଆ: ଜୟପୁର, ଫେବୃୟାରୀ ୯
ତୃତୀୟ ଦିନିକିଆ: କୋଲକାତା, ଫେବୃୟାରୀ ୧୫
ପ୍ରଥମ ଟି୨୦: କଟକ, ଫେବୃୟାରୀ ୧୫
ଦ୍ୱିତୀୟ ଟି୨୦: ବିଶାଖପଟନମ, ଫେବୃୟାରୀ ୧୮
ତୃତୀୟ ଟି୨୦: ତ୍ରିଭେନ୍ଦ୍ରମ, ଫେବୃୟାରୀ ୨୦୦

Leave A Reply

Your email address will not be published.