Latest Odisha News

BREAKING NEWS

କାଳ ହେଉଛି ମୁକୁଳା ଡ୍ରେନ୍‌; ୬ ବର୍ଷରେ ଗଲାଣି ୭ ଜଣଙ୍କ ଜୀବନ

ଭୁବନେଶ୍ୱର: କାଳ ହେଉଛି ମୁକୁଳା ଡ୍ରେନ୍‌। ୬ ବର୍ଷରେ ନେଲାଣି ୭ ଜଣଙ୍କ ଜୀବନ। ରବିବାର ଅପରାହ୍ନରେ ରାଜଧାନୀ ଭୁବନେଶ୍ବରରେ ଏକ ଖୋଲା ଡ୍ରେନ୍‌ରେ ଭାସିଯାଇ ୧୫ ବର୍ଷର ବାଳକର ମୃତ୍ୟୁ ଘଟଣା ଲୋକଙ୍କୁ ଭୟଭୀତ କରିଦେଇଛି। ୧୫ ବର୍ଷୀୟ ଜ୍ୟୋତି ପ୍ରକାଶ ବେହେରାଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଛି ଯେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ ( ବିଏମସି) ‘ସ୍ମାର୍ଟ ସିଟି’ର ଡ୍ରେନେଜ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଛି।

ମାର୍ଚ୍ଚ ୨୦୧୯ ରେ ରାଜଧାନୀରେ ଡ୍ରେନ୍ ବିକାଶ ପାଇଁ ୧୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ମଧ୍ୟ ଫେଲ୍‌ ମାରିଛି। ୨୦୨୦ ମୌସୁମୀ ସମୟରେ ବନ୍ୟା ପରିସ୍ଥିତିକୁ ରୋକିବା ପାଇଁ ସେପରି କୌଣସି କାର୍ଯ୍ୟକ୍ରମ କିମ୍ବା ଯୋଜନା ପ୍ରସ୍ତୁତ କରାଯାଇ ନାହିଁ।

ସେପ୍ଟେମ୍ବର ୧୦ ରେ ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ସହରର ଅନେକ ଅଞ୍ଚଳରେ ଜଳମଗ୍ନ ଅବସ୍ଥାରେ ରହିଥିଲା।

ସେହିପରି ଏହା ପୂର୍ବରୁ ୨୦୧୯ରେ ସାଲିଆ ସାହିର ଜଣେ ୬୫ ବର୍ଷ ବୟସ୍କା ମହିଳା ନୟାପଲ୍ଲୀ ଅଞ୍ଚଳର ଏକାମ୍ର ଭିଲ୍ଲା ନିକଟରେ ଏକ ଓଭରବ୍ରିଜ୍ ଡ୍ରେନଥରେ ଭାସିଯାଇଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ହେଲେ ବିଫଳ ହୋଇଥିଲେ। ଉଦ୍ଧାର କାର୍ଯ୍ୟ ସରିଲା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଅତ୍ୟଧିକ ବର୍ଷା ଯୋଗୁ ଡ୍ରେନ୍‌ ଓ ରାସ୍ତା ମଧ୍ୟରେ ପାର୍ଥ୍ୟକ୍ୟ ଜାଣିପାରିନଥିଲେ ଓ ଡ୍ରେନ୍‌ରେ ଖସିପଡ଼ିଥିଲେ। ସେ ଆନ୍ଧ୍ରପ୍ରଦେଶର ମୂଳ ବାସିନ୍ଦା ଥିଲେ।

୨୦୧୮ରେ ୟୁନିଟ୍ -୬ ର ପିଚୁପଡିଆ ବସ୍ତି ଅଞ୍ଚଳ ନିବାସୀ ହରି ପଟ୍ଟନାୟକ ନିଜ ଅଞ୍ଚଳରେ ଏକ ପ୍ରବାହିତ ଡ୍ରେନ୍ ପାର ହୋଇ ଘରକୁ ଯିବା ବେଳେ ଭାସିଯାଇଥିଲେ। ତାଙ୍କୁ ଅଗ୍ନିଶମ କର୍ମଚାରୀମାନେ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରିଥିଲେ କିନ୍ତୁ ଡାକ୍ତରଖାନାରେ ଭର୍ତ୍ତି ହେବାର ୨୦ ମିନିଟ ପରେ ତାଙ୍କର ମୃତ୍ୟୁ ହୋଇଥିଲା।

୨୦୧୭ରେ ମୌସୁମୀ ସମୟରେ ପଟିଆ-ଚନ୍ଦ୍ରଶେଖରପୁର ଅଞ୍ଚଳର ୨ ଜଣ ବ୍ୟକ୍ତିଙ୍କର ଡ୍ରେନ୍‌ରେ ଭାସିଯାଇ ମୃତ୍ୟୁ ଘଟିଥିଲା।

୨୦୧୬ରେ ଶୈଳଶ୍ରୀ ବିହାର ଅଞ୍ଚଳରେ ଏକ ଖୋଲା ଡ୍ରେନ୍‌ରେ ଖସିପଡ଼ି ଜଣେ ଯୁବକର ମୃତ୍ୟୁ ଘଟିଥିଲା।

୨୦୧୫ରେ ନୟାପଲ୍ଲୀ ପୋଲିସ ଲିମିଟ୍‌ସ ଅନ୍ତର୍ଗତ ମମତାଜ ଅଲି ହାଇସ୍କୁଲ ନିକଟରେ ଏକ ଡ୍ରେନରେ ଭାସିଯାଇ ନଅ ବର୍ଷର ବାଳକ ପାପୁନ ବିଶ୍ବାଳଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ମୃତଦେହକୁ ପ୍ରାୟ ୧ କିମି ଦୂରରେ ସ୍ଥାନୀୟ ଲୋକମାନେ ଉଦ୍ଧାର କରିଥିଲେ।

୨୦୧୧ରେ ଭିଏସ୍‌ଏସ୍‌ ନଗରରେ ଘର ନିକଟରେ ଖେଳୁଥିବାବେଳେ ଦୁଇ ବର୍ଷର ବାଳକ ମୁକୁଳା ଡ୍ରେନ୍ ଭିତରକୁ ଖସି ପଡ଼ିଥିଲା। ଅଗ୍ନିଶମ କର୍ମଚାରୀମାନେ ଶିଶୁଟିର ମୃତଦେହକୁ ଉଦ୍ଧାର କରିବାକୁ ପ୍ରାୟ ୨ ଘଣ୍ଟା ସମୟ ନେଇଥିଲେ।

Leave A Reply

Your email address will not be published.